ସରକାରୀ ଜମିରୁ କାଟିଥିଲେ ଗଛ, ଶୀଘ୍ର ହେବ ନିଲାମ

ଖଇରା,୫ା୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଖଇରା ରାଜସ୍ବ କ୍ଷେତ୍ର ଅଧୀନ ଆଳଦା ଗ୍ରାମର ସରକାରୀ ଜମିରେ ଥିବା ବଡ କୈମ ଓ ତାଳ ଗଛକୁ ଉକ୍ତ ଗ୍ରାମର ଲକ୍ଷ୍ମୀଧର ସାହୁ କାଟିଥିବା ନେଇ ଖଇରା ତହସିଲଦାରଙ୍କ ନକଟରେ ଅଭିଯୋଗ ହୋଇଥିଲା। ଶୁକ୍ରବାର ପୂର୍ବାହ୍ନରେ ତହସିଲଦାର ମହେନ୍ଦ୍ର କୁମାର ବେହେରା ରଜସ୍ବ ନିରୀକ୍ଷକ ସୁବ୍ରତ ସିଂଙ୍କ ସହ ଘଟଣାସ୍ଥଳକୁ ଯାଇ ଗଛ ଗଣ୍ଡଗୁଡିକୁ ଜବତ କରି ଖଇରା ତହସିଲ କାର୍ଯ୍ୟାଳୟ ପରିସରକୁ ଆଣିଛନ୍ତି ା ଖୁବ୍‌ଶୀଘ୍ର ଏଗୁଡିକ ନିଲାମ କରାଯିବ ବୋଲି ରାଜସ୍ବ ନିରୀକ୍ଷକ କହିଛନ୍ତି।