ମଞ୍ଚରେ ପଡ଼ିଥିଲା ତ୍ରିରଙ୍ଗା, ଏମିତି କିଛି କରି ଦେଶବାସୀଙ୍କ ହୃଦୟ ଜିତିଲେ ମୋଦି, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,ଜୋହାନ୍ସବର୍ଗ,୨୩ା୮: ଚାଇନା, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରୁ ଆସିଥିବା ପ୍ରତିପକ୍ଷଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଛନ୍ତି। ବ୍ରିକ୍ସକୁ କିପରି ବିସ୍ତାର କରାଯିବ ସେନେଇ ଏହି ଦେଶମାନଙ୍କ ମଧ୍ୟରେ ଆଲୋଚନା କରିଛନ୍ତି। ଏଥି ସହ ମୋଦି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ମଧ୍ୟ ଭେଟିଛନ୍ତି।

ଯେତେବେଳେ ଏହି ବିଶ୍ୱସ୍ତରୀୟ ସମ୍ମିଳନୀରେ ନେତାମାନଙ୍କୁ ଭେଟିଥିଲେ ସେତେବେଳେ ଫଟୋ ସେସନ ଆରମ୍ଭ ହୋଇଥିଲା। ଏହିପରି ଏକ ଫଟୋ ସେସନରେ ନେବାକୁ ମୋଦି ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମଞ୍ଚ ଉପରକୁ ଚଢ଼ିଥିଲେ। ଏହି ସମୟରେ ହଠାତ୍‌ ମୋଦି ଅଟକି ଯାଇଥିଲେ।

କାରଣ ମଞ୍ଚରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ମଞ୍ଚ ଉପରେ ପଡ଼ିଥିବାର ଦେଖିଥିଲେ। ମୋଦି ପତାକା ଦେଖିବା ମାତ୍ରେ ପତାକା ଉଠାଇ ସେ ନିଜ କୋର୍ଟ ପକେଟରେ ରଖିଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେଉଛି। ବିଦେଶରେ ମୋଦିଙ୍କ ଏପରି କାର୍ଯ୍ୟ ଦେଖି ଭାରତୀୟମାନେ ନିଜକୁ ଗର୍ବିତ ମନେ କରିଛନ୍ତି। ମୋଦିଙ୍କ ଏପରି କାର୍ଯ୍ୟ ଦେଶବାସୀଙ୍କ ହୃଦୟ ଜିଣିନେଇଛି।

Share