Categories: ଜାତୀୟ

‘ତ୍ରିରଙ୍ଗା ଘରେ ନୁହେଁ, ହୃଦୟରେ ରହିବା ଆବଶ୍ୟକ’

ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏଏନେଇ ସମାଜବାଦୀ ପାର୍ଟିର ବରିଷ୍ଠ ଏମ୍‌ପି ଶଫିକୁର ରେହମାନ ବାର୍କ କହିଛନ୍ତି ଯେ, ତ୍ରିରଙ୍ଗା ଘରେ ନୁହେଁ, ହୃଦୟରେ ରହିବା ଆବଶ୍ୟକ।
ଗଣମାଧ୍ୟମ ପକ୍ଷରୁ ସ୍ବାଧୀନତା ଦିବସରେ ସେ ତାଙ୍କ ଘରେ ତ୍ରିକୋଣୀୟ ପତାକା ଲଗାଇବେ କି ନାହିଁ ବୋଲି ଶଫିକୁରଙ୍କୁ ପଚରା ଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, ଏହା ଠିକ, ଯେତେବେଳେ ସ୍ବାଧୀନତା ଦିବସ ହୁଏ, ସମସ୍ତେ ପତାକା ଉତ୍ତୋଳନ କରନ୍ତି, ଏକ ଶୋଭାଯାତ୍ରା କରନ୍ତି, ସବୁକିଛି କରନ୍ତି। ଘରର ପିଲାମାନେ ପତାକା ଲଗାନ୍ତି, ପତାକା ମଧ୍ୟ ଆମ ଘରେ ଲଗାନ୍ତି। କିନ୍ତୁ ଘରେ ପତାକା ଲଗାଯିବା ଜରୁରୀ ନୁହେଁ, ହୃଦୟରେ ତ୍ରିରଙ୍ଗା ରହିବା ଉଚିତ୍‌।
ସଂସ୍କୃତି ମନ୍ତ୍ରଣାଳୟ ଅନୁଯାୟୀ, ଆଜାଦି କେ ଅମୃତ ମହୋତ୍ସବ ଅଧୀନରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହେବ, ଯେଉଁଥିରେ ଲୋକମାନେ ନିଜ ଘରେ ପତାକା ଲଗାଇବେ।

Share