Categories: ରାଜ୍ୟ

ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ପ୍ରସ୍ତାବକୁ ପୁନର୍ବିଚାର ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତ

ଭୁବନେଶ୍ୱର,୨୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୩ଟି ପ୍ରସ୍ତାବକୁ ଅନୁମତି ମିଳିଛି। ଏ ସମ୍ପର୍କରେ ଗୃହରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଏଥିରେ ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ପ୍ରସ୍ତାବକୁ ପୁର୍ନବିଚାର ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାର ପୁର୍ନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିଶ୍‌‌ କରାଯାଇଛି।

ଗତ ୧୪ ତାରିଖରେ ଆଦିବାସୀ ଆଇନ୍‌‌ରେ ସଂଶୋଧନ ପ୍ରସ୍ତାବ ପାରିତ
ହୋଇଥିଲା। ବିବାଦ ପରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। ଏହା
ପରେ ମଧ୍ୟ ବିଧାନସଭାରେ ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ
ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା।

ସେହିଭଳି କ୍ୟାବିନେଟ୍‌‌ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର
ଜରୁରୀ ମରାମତି, ନବୀକରଣ ଓ ପୁନର୍ନିମାଣ ପାଇଁ ନିଷ୍ପତ୍ତି ହୋଇଛି।
ଏଥିପାଇଁ ୨୦୨୩-୨୪ ଆର୍ଥିକବର୍ଷରୁ ୨୦୨୭-୨୮ ପର୍ଯ୍ୟନ୍ତ ୪୯୧
କୋଟି ୪୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। କ୍ୟାବିନେଟ୍‌‌ରେ ଓଡ଼ିଶା ଷ୍ଟେଟ୍‌‌
ୱାର୍କ ଫ୍ଲୋ ଅଟୋମେସନ ସିଷ୍ଟମ୍‌‌ର ଉନ୍ନତୀକରଣକୁ ଅନୁମୋଦନ ମିଳିଛି।

Share