ଆସନ୍ତା କାଲିଠାରୁ ଖୋଲିବ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ)-ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ୧୮ ତାରିଖ ଶୁକ୍ରବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଏହି ସଂଗ୍ରହାଳୟକୁ ଗତ ୯ ମାସ ଧରି ବନ୍ଦ ରଖାଯାଇଥିଲା। ତେବେ ସଂକ୍ରମଣ କମିଯିବା ସହ ସ୍ଥିତି ସ୍ବାଭାବିକ ହେଉଥିବାରୁ ସଂଗ୍ରହାଳୟକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସଂକ୍ରମଣ ଏଡ଼ାଇବା ଲାଗି ଦର୍ଶକଙ୍କ ପ୍ରବେଶ ନିମନ୍ତେ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ସଂଗ୍ରହାଳୟକୁ ପ୍ରବେଶ ପୂର୍ବରୁ ମୁଖ୍ୟ ଦ୍ୱାରରେ ପ୍ରତ୍ୟେକ ଦର୍ଶକଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା କହିଛନ୍ତି।

Share