ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି: ଆଦିବାସୀ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ଦେଲେ ହତ୍ୟା ଧମକ, ଥାନାରେ ମାମଲା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ ଦେବା ପାଇଁ ବିଭିନ୍ନ ସ୍ଥାନରେ ମାଳମାଳ ବ୍ୟାଙ୍କ ଖୋଲାଯାଇଛି। ଦାରିଙ୍ଗବାଡ଼ି ଓ ରାଇକିଆ ବ୍ଲକ ଅଞ୍ଚଳରେ ଏହି ଫାଇନାନ୍ସ କମ୍ପାନୀଗୁଡିକ କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ଅବାଧରେ ଋଣ ପ୍ରଦାନ କରୁଛନ୍ତି। ଆଉ ଋଣ ସଠିକ୍‌ ସମୟରେ ପରିଶୋଧ ନ କଲେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବାକୁ ପଛାଉନାହାନ୍ତି। ଫଳରେ ଏବେ ଉକ୍ତ ବ୍ଲକ ଅଞ୍ଚଳରୁ ଅନେକ ଆଦିବାସୀ ଲୋକ ଫାଇନାନ୍ସ କମ୍ପାନୀ ଦ୍ୱାରା ନିର୍ଯାତିତ ହେବା ସହ ମାନସିକ ଦୁଶ୍ଚିନ୍ତାରେ ଗାଁ ଛାଡ଼ି କେରଳ, ତାମିଲନାଡୁ ଦାଦନ ଖଟିବାକୁ ଯାଉଛନ୍ତି। ଅନେକ ପରିବାର ଆର୍ଥିକ ପରିସ୍ଥିତି ଭୁଶୁଡ଼ିବାକୁ ଯାଉଛି। ଏବେ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳର ଜଣେ ଆଦିବାସୀ ଯୁବକଙ୍କୁ ଫାଇନାନ୍ସ କମ୍ପାନୀର କର୍ମଚାରୀ ହତ୍ୟା ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳି କରିଛନ୍ତି। ଏନେଇ କମ୍ପାନୀ ଦ୍ୱାରା ଧମକ ପାଇ ଶୁକ୍ରବାର ଦାରିଙ୍ଗବାଡ଼ି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଉକ୍ତ ଯୁବକ।
ପ୍ରକାଶ ଯେ, ସିମନବାଡ଼ିର ଯୁବକ ଅମରେନ୍ଦ୍ର ବଜାର ଉପରେ ଏକ ପନିପରିବା ଦୋକାନ ଖୋଲି ପରିବାର ପ୍ରତିପୋଷଣ ହେଉଛନ୍ତି। ସେ ଅଞ୍ଚଳରେ ମିଳୁଥିବା ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଋଣ କରି ନିଜ ବ୍ୟବସାୟ କରନ୍ତି। ସେ ତାଙ୍କ ସ୍ତ୍ରୀ ଓ ମା’ଙ୍କ ନାମରେ ଋଣ କରିଥିଲେ। ସ୍ତ୍ରୀଙ୍କ ନାମରେ କରିଥିବା ଋଣ ପରିଶୋଧ କରିଥିବାବେଳେ ମା’ଙ୍କ ନାମରେ ଗତ କିଛି ଦିନ ତଳେ ମାସିକିଆ କିସ୍ତି ପରିଶୋଧ କରିପାରିନାହାନ୍ତି। ଏବେ ବର୍ଷା ଯୋଗୁ ବ୍ୟବସାୟ ମାନ୍ଦା ହୋଇପଡ଼ିଛି। ସେ ଅର୍ଥ ପରିଶୋଧ କରି ନ ଥିବାବେଳେ ରାଇକିଆରେ ଥିବା ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ଅମରେନ୍ଦ୍ରଙ୍କୁ ଫୋନ୍‌ରେ ଜୀବନରେ ମାରିଦେବାକୁ ଧମକ ଦେବା ସହ ତାଙ୍କ ମା’, ଭଉଣୀ ଓ ସ୍ତ୍ରୀଙ୍କୁ ନେଇ ଅନେକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ପୋଲିସ ଗୁରୁତର ନେବା ସହ ଘଟଣା ସତ୍ୟାସତ୍ୟ ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆତଙ୍କବାଦୀଙ୍କୁ ‘ସ୍ୱାଧୀନତା ସଂଗ୍ରାମୀ’ କହିଲେ ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୪: ପହଲଗାମରେ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାର ‘ସ୍ୱାଧୀନତା ସଂଗ୍ରାମୀ’ ବୋଲି ସମ୍ବୋଧନ କରି ଏକ ବିବାଦୀୟ ମନ୍ତବ୍ୟ...

୨୦୨୬ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଗାଁକୁ ପିଇବା ପାଣି ପହଞ୍ଚାଇବା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୨୫।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି ଯେ ତାଙ୍କ ସରକାର ୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ପିଇବା ପାଣି ଯୋଗାଇ...

ଆକ୍ରମଣ ପଛରେ କେନ୍ଦ୍ରର ହାତ କହି ବିଧାୟକ ଗିରଫ

ଗୁଆହାଟୀ,୨୫।୪:ପୁଲଓ୍ବାମା ଏବଂ ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଷଡ଼ଯନ୍ତ୍ର ରହିଥିବା ମନ୍ତବ୍ୟ ଦେଇ ଆସାମର ଏଆଇୟୁଡିଏଫ୍‌ ବିଧାୟକ ଅମିନୁଲ ଇସ୍‌ଲାମ ଗିରଫ ହୋଇଛନ୍ତି। ଉଭୟ...

ଗାଁ ଝାଙ୍କର, ପୂଜାରୀଙ୍କୁ ଆଦିବାସୀ ସଂଘର ସମ୍ବର୍ଦ୍ଧନା

କର୍ଲାମୁଣ୍ଡା,୨୫ା୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଆଦିବାସୀ ସଂଘ ପକ୍ଷରୁ ଜନସମ୍ପର୍କ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଘ ସଭାପତି...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ଶ୍ରୀନଗର,୨୫।୪: ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି। ଏନଆଇଏ ମଧ୍ୟ ଜମ୍ମୁ ଏବଂ କାଶ୍ମୀର ପୋଲିସ ସହିତ ମିଶି ଆକ୍ରମଣର...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ: ପଞ୍ଚାୟତିରାଜ ଦିବସ ପାଳନ ବେଳେ ଗଣ୍ଡଗୋଳ

ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି।...

ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୫ା୪(ଉତ୍ତମ କୁମାର ଦାଶ):ବଣପାହାଡ ଘେରା କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ସହରର ତାପମାତ୍ରା ଏବେ ୪୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image