କଟକ ଷ୍ଟେଶନରେ ଶହେ ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା

କଟକ ଅଫିସ,୧୪ା୮: କଟକ ରେଳଷ୍ଟେଶନ ନିକଟରେ ଗୁରୁବାର ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ିଛି। ହାଇକୋର୍ଟ ପରେ ରେଳଷ୍ଟେଶନଠାରେ ପ୍ରଥମ ଥର ପାଇଁ ଏହି ଉଚ୍ଚତମ ପତାକା ଲଗାଯାଇଛି। ତ୍ରିରଙ୍ଗାର ଦୈର୍ଘ୍ୟ ୩୦ ବର୍ଗଫୁଟ ଓ ପ୍ରସ୍ଥ ୨୦ ବର୍ଗଫୁଟ। ପୂର୍ବତଟ ରେଳପଥ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ରେଳ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।

 

Share