ମାଲକାନଗିରିରେ ଉଡ଼ିଲା ତ୍ରିରଙ୍ଗା

ମାଲକାନଗିରି,୧୫ା୮: ମାଲକାନଗିରି ଜିଲା ସଦରମହକୁମା ଡିଏନ୍‌କେ ଖେଳପଡ଼ିଆରେ ଜିଲାସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପଞ୍ଚାୟତିରାଜ, ପାନୀୟ ଜଳ, ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବର୍ତ୍ତମାନ କରୋନା ମହାମାରୀ ବ୍ୟାପିଥିବାରୁ କେବଳ ୧୦ ଜଣ ଅଧିକାରୀଙ୍କ ଉପସ୍ଥିତିରେ ଏହି ସ୍ବାଧୀନତା ଦିବସ ପାଳନ କରାଯାଇଛି। ଆଜି ସକାଳେ ୯ ଘଟିକା ସମୟରେ ମନ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଏସ୍‌ପି ହୃଷୀକେଶ ଡି.ଖିଲାରୀ, ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନଙ୍କ ସହ ଜିଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ କୌଣସି ବିଦ୍ୟାଳୟର ଛାତ୍ରୀଛାତ୍ର କିମ୍ବା ଜନସାଧାରଣଙ୍କୁ ଖେଳପଡ଼ିଆରେ ପ୍ରବେଶ ନିଷେଧ କରାଯାଇଥିଲା। କେବଳ ପୋଲିସ ବାହିନୀ ପକ୍ଷରୁ ପରେଡ୍‌ କରାଯାଇଥିଲା।