Categories: ଜାତୀୟ

ପଶ୍ଚିମବଙ୍ଗରେ ୩୪ ପ୍ରତିଶତ ବିଧାୟକ କୋଟିପତି

କୋଲକାତା,୪ ।୩: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହି ଅବସରରେ ଜାଣିବାକୁ ମିଳିଛି କି ପଶ୍ଚିମବଙ୍ଗର ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରୁ ୩୪ ପ୍ରତିଶତ ହେଉଛନ୍ତି କୋଟିପତି । ସେହିପରି ୩୨ ପ୍ରତିଶତ ବିଧାୟକ ଆପରାଧିକ ମାମଲାରେ ଜଡିତ । ପଶ୍ଚିମବଙ୍ଗ ଇଲେକ୍ସନ ୱାଚ ଆଣ୍ଡ ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ୍ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି । ଉକ୍ତ ରିପୋର୍ଟ ଅନୁଯାୟ ପ୍ରଥମ ୩ କୋଟିପତିଙ୍କ ମଧ୍ୟରେ ରହିଛନ୍ତି ଶାସକ ତ୍ରୁଣମୂଳ କଂଗ୍ରେସର ବିଧାୟକ । ଏମାନେ ପେଶାରେ ଜଣେ ଜଣେ ବ୍ୟବସାୟୀ । ରିପୋର୍ଟରେ କୁହାଯାଇଛି କି ତ୍ରୁଣମୂଳ ଓ ଭାଜପାରର ୩୦-୩୦, କଂଗ୍ରେସର ୩୯ ଓ ଅନ୍ୟାନ୍ୟ ୪୨ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ ବିରୋଧର ହତ୍ୟା, ବଳାତ୍କାର ଓ ଅପହରଣ ଭଳି ସଙ୍ଗିନ ଅଭିଯୋଗ ରହିଛି । ଯୋଗ୍ୟତାକୁ ଦେଖିଲେ ପଶ୍ଚିମବଙ୍ଗର ୬୬ ପ୍ରତିଶତ ବିଧାୟକ ଗ୍ରାଜୁଏଟ । ସେହିପରି ଏଠାରେ ମହିଳା ବିଧାୟିକାଙ୍କ ସଂଖ୍ୟା ମାତ୍ର ୧୫ ପ୍ରତିଶତ ।

Share