Categories: ଜାତୀୟ

ଟ୍ରିପଲ୍‌-ମ୍ୟୁଟାଣ୍ଟ ଚିନ୍ତାଜନକ

କୋଲକାତା, ୨୩ା୪: ପଶ୍ଚିମବଙ୍ଗରେ କରୋନା ଭୂତାଣୁର ନୂଆ ରୂପ (ଟ୍ରିପଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌) ମିଳିବା ପରେ ଏହା ଚିନ୍ତା ବଢ଼ାଇଛି। ଡବଲ୍‌ ମ୍ୟୁଟାଣ୍ଟ (ବି.୧.୬୧୭) ପରେ ଭାରତରେ ଏହା ଦ୍ୱିତୀୟ ଟ୍ରିପଲ୍‌ ମ୍ୟୁଟାଣ୍ଟ (ବି.୧.୬୧୮) ଷ୍ଟ୍ରେନ୍‌। ଉକ୍ତ ନୂଆ ରୂପ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେବା ସାଙ୍ଗକୁ ବ୍ୟକ୍ତିର ରୋଗ ପ୍ରତିରୋଧ ବ୍ୟବସ୍ଥାକୁ ଏଡ଼ାଇଯାଇପାରିବ ବୋଲି ବୈଜ୍ଞାନିକମାନେ ଚିନ୍ତାପ୍ରକଟ କରିଛନ୍ତି। ଏପରିକି ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଓ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଟ୍ରିପଲ୍‌ ମ୍ୟୁଟାଣ୍ଟ ସଂକ୍ରମଣରୁ ବାଦ୍‌ ପଡ଼ିବେ ନାହିଁ ବୋଲି କୁହାଯାଉଛି। ତେବେ ଟ୍ରିପଲ୍‌ ମ୍ୟୁଟାଣ୍ଟର ଭୟାବହତା ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି।
ପଶ୍ଚିମବଙ୍ଗରେ ନିକଟରେ ବି.୧.୬୧୮ ଷ୍ଟ୍ରେନ୍‌ ଦ୍ରୁତ ବେଗରେ ସଂକ୍ରମଣ ହେବାରେ ଲାଗିଛି। ସିଏସ୍‌ଆଇଆର୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍‌ ବାୟୋଲୋଜିରେ ଜିନୋମ୍‌ ମ୍ୟୁଟେଶନ ଉପରେ ଗବେଷଣା କରୁଥିବା ବିନୋଦ ସ୍କାରିଆ ଏହା କହିଛନ୍ତି। ମହାରାଷ୍ଟ୍ରରୁ ଡବଲ୍‌ ମ୍ୟୁଟାଣ୍ଟ ଭାରିଆଣ୍ଟ ଚିହ୍ନଟ ହୋଇଥିଲା।

Share