ମାଲବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ: ଜଳିଗଲା ୧୫ ଲକ୍ଷ ଟଙ୍କାର ସାମଗ୍ରୀ

ବଲାଙ୍ଗୀର ଅଫିସ,୯ା୧୨-ବଲାଙ୍ଗୀର-ବରଗଡ ୨୬ ନମ୍ବର ଜାତୀୟ ରାଜପଥର ଖମାରମୁଣ୍ଡା ନିକଟରେ ବୁଧବାର ପୂର୍ବାହ୍ନରେ ଏକ ମାଲ ବୋଝେଇ ୧୦ ଚକିଆ ଟ୍ରକ(ସିଜି୦୪ଜେବି୨୬୪୯) ନିଅଁା ଲାଗି ଜଳି ଯାଇଛି। ରାୟପୁରରୁ ଡାଲି ଜାତୀୟ ସାମଗ୍ରୀ ନେଇ ବଲାଙ୍ଗୀର ଆସୁଥିବା ଏହି ଟ୍ରକ୍‌ର ଚକ ଫାଟି ଯିବାପରେ ଡିଜେଲ ଟାଙ୍କିରେ ନିଅଁା ଲାଗି ଜଳି ଯାଇଥିବା ଅଗ୍ନିଶମ ବିଭାଗ ସୂତ୍ରରୁ କୁହାଯାଇଛି। ବଲାଙ୍ଗୀର ଅଗ୍ନିଶମ ବିଭାଗର ୨ଟି ୟୁନିଟ୍‌ ଓ ଲୋଇସିଂହା ଅଗ୍ନିଶମ ୟୁନିଟ୍‌ ନିଅଁାକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଓ ହେଲପର ବର୍ତ୍ତି ଯାଇଥିବାବେଳେ ସେହି ସମୟରେ ରାସ୍ତାରେ ବାଇକ୍‌ରେ ଯାଉଥିବା ବଲାଙ୍ଗୀର ସହରର ରାକେଶ ସୁନା ଓ ଜରୁନ୍‌ ମୁଣ୍ଡା ଆହତ ହୋଇଥିଲେ। ସେମାନଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଲାଙ୍ଗୀର ଗାନ୍ଧୀନଗରପଡାର କ୍ରିଷ୍ଣା ମହତୋଙ୍କ ୧୦ଚକିଆ ଟ୍ରକ୍‌ ଛତିଶଗଡ ରାୟପୁରରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ଡାଲି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଧରି ବଲାଙ୍ଗୀର ଆସୁଥିବାବେଳେ ଖମାରମୁଣ୍ଡା ନିକଟରେ ହଠାତ ନିଅଁା ଲାଗି ଯାଇଥିଲା ା

Share