୧୦ ଫୁଟ ତଳକୁ ଖସିଲା ଟ୍ରକ

ଛତ୍ରପୁର,୧୮।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ଓଲଟି ପଡ଼ିଛି। ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଟିଏନ୍‌ଏଡବ୍ଲ୍ୟୁ ୨୩୫୦ ନମ୍ବର ବିଶିଷ୍ଠ ଲୁହା କଏଲ ବୋଝେଇ ୧୪ ଚକିଆ ଟ୍ରକ୍‌ଟି କୋଲକାତାରୁ ତାମିଲନାଡୁ ଅଭିମୁଖେ ଯାଉଥିଲା। ଏହି ସମୟରେ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା। ଡ୍ରାଇଭର ତାମିଲନାଡୁ ଅଞ୍ଚଳର ବସିର ମହମ୍ମଦ ବୋଲି ଜଣାପଡ଼ିଛି। ଛତ୍ରପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share