୫୦ ଫୁଟ ତଳକୁ ଖସିଲା ଟ୍ରକ୍‌, ୨ ଜଣଙ୍କ ଜୀବନ ଗଲା

ସୁନ୍ଦରଗଡ଼,୫ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କାଲଟା ଫାଣ୍ଡି ନିକଟରେ ବୁଧବାର ଏକ ଟ୍ରକ୍‌ ଭାରସାମ୍ୟ ହରାଇ ତୋଡ଼ା ବ୍ରିଜରୁ ୫୦ଫୁଟ ତଳକୁ ଖସି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ  ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କ ଜୀବନ ଯାଇଛି। ଉଭୟଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

ଆଜି ସକାଳେ ଟ୍ରକ୍‌ଟି କୋଇଡ଼ାରୁ ଖଣିଜ ପଦାର୍ଥ ନେଇ ରାଉରକେଲା ଅଭିମୁଖେ ଯାଉଥିଲା। ଏହି ସମୟରେ ତୋଡ଼ା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିପଡ଼ିଥିଲା। ଫଳରେ ଡ୍ରାଇଭର ଓ ହେଲଭର ଟ୍ରକ ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବା ସହ ଟ୍ରକ୍‌ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।