ଟ୍ରକ୍‌ ପଛରେ ପିଟିଲା ଟ୍ରକ୍‌ , ଜିଅନ୍ତା ଜଳିଗଲେ ଚାଳକ

କେନ୍ଦୁଝର,୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେନ୍ଦୁଆ ନିକଟରେ ଏଏନ୍‌ ୪୯ରେ ଏକ ଟ୍ରକ୍‌ ପଛରେ ଆଉ ଗୋଟିଏ ଟ୍ରକ୍‌ ପିଟି ହେବାରୁ ଚାଳକ ଜିଅନ୍ତା ଜଳି ଯାଇଛନ୍ତି। ଏନେଇ ସଦରପଡ଼ା ପ୍ରତ୍ୟକ୍ଷଦର୍ଶୀ ଡମ୍ବରୁଧର ମହାନ୍ତଙ୍କ କହିବାନୁଯାୟୀ, ଶୁକ୍ରବାର ଭୋର୍‌ରୁ ରାସ୍ତାରେ ଏକ ଟ୍ରକ୍‌ ଅଟକିଥିଲା। ଏହି ସମୟର ଲୁହା ବୋଝେଇ ଏକ ଟ୍ରକ୍‌ କୋଲକାତା ଅଭିମୁଖେ ଯାଉଥିବା ବେଳେ ପଛପଟୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ର ଡ୍ରାଇଭର ଚାପି ହୋଇଯାଇଥିଲେ। ଏହା ପରେ ହଠାତ୍‌ ନିଆଁ ଲାଗିଯିବାରୁ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଦମକଳ ଗାଡ଼ି ଆସି ନିଆଁ ଲିଭାଇଥିଲା। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Share