ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ଟାଉନ ଥାନା ଅଧୀନ ପଥରଆଡ଼ି ଗ୍ରାମର ସୌରଭ ମିଶ୍ର (୨୪) ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଳମଳା ଗ୍ରାମର ଶିବସୁନ୍ଦର ମହାପାତ୍ର (୨୧) ବୋଲି ଟାଉନ ପୋଲିସ ସୂଚନା ଦେଇଛି।

ସୂଚନାନୁଯାୟୀ, ବାଇକ୍‌ରେ ୩ ଜଣ ଯୁବକ ଜାତୀୟ ରାଜପଥରେ ରଙ୍ଗ୍‌ରୁଟ୍‌ରେ ଯାଉଥିବା ବେଳେ ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲା।  ବାଇକ୍‌ରେ ଥିବା ୩ ଜଣ ଯୁବକଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ନିଆ ଯାଇଥିଲା ବେଳେ ୨ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଶିବଶଙ୍କରଙ୍କ ବାପା ପ୍ରଶାନ୍ତ ମହାପାତ୍ରଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ମାମଲା ନଂ ୫୪୨/୨୪ ରୁଜୁ ହୋଇଛି। ଟ୍ରକ୍‌ ଫେରାର ହୋଇଯାଇଥିଲା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Share