ଆଇରନ ବୋଝେଇ ଟ୍ରେଲରକୁ ଧକ୍କା ଦେଲା ଟ୍ରକ୍‌, ଚାପି ହୋଇଗଲେ ଡ୍ରାଇଭର

ପାଟଣା,୩ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବଜାର ନିକଟରେ ଶୁକ୍ରବାର ଭୋର୍‌ରୁ ଏକ ଆଇରନ ବୋଝେଇ ଟ୍ରେଲରକୁ ପଛରୁ ଆଉ ଏକ ଆଇରନ ବୋଝେଇ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଟ୍ରକ୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି। ଭାବେ ଗାଡି ଭିତରେ ଦୀର୍ଘ ଏକ ଘଣ୍ଟା ଧରି ଚାପି ହୋଇ ରହିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି। ଘନ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ।

Share