ରାଜପଥରେ ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌, ଚାଲିଗଲା ଯୁବକଙ୍କ ଜୀବନ

କୋରାପୁଟ,୯ା୧୦(ଅମିତାଭ ବେହେରା): କୋରାପୁଟରୁ ବିଶାଖାପାଟଣା ଯାଇଥିବା ୨୬ନମ୍ବର ଜାତୀୟ ରାଜପଥର ଡୁମୁରିପୁଟଠାରେ ଏକ ସ୍କୁଟି ସହ ଟ୍ରକ୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେହିପରି ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।
ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, କୋରାପୁଟ ସହରର ପୂଜାରୀପୁଟ ଅଞ୍ଚଳର ପାର୍ଥସାରଥୀ ଦାସ ଓଡି ୧୦ ଏ ୬୨୧୬ ଏକ ସ୍କୁଟିରେ ପୁଟସିଲ ଯାଉଥିବା ବେଳେ ଡୁମୁରିପୁଟ ନିକଟରେ ସାମନା ପଟୁ ଆସୁଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଫଳରେ ପାର୍ଥସାରଥୀଙ୍କ ମୁଣ୍ଡରେ ଭୀଷଣ ଆଘାତ ବାଜି ତଳେ ପଡ଼ିଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ପଛରେ ବସିଥିବା ପ୍ରଭୁଦତ୍ତ ଦାସ ଆହତ ହୋଇଥିଲେ। ଏହି ଖବର ପାଇ ସୁନାବେଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟକୁ ପଠାଇଥିବାବେଳେ ଆହତ ପ୍ରଭୁଦତ୍ତଙ୍କୁ ଚିକିତ୍ସା ପାଇଁ ପଠାଇ ତଦନ୍ତ ଚାଲୁ ରଖିଛନ୍ତି। ଏନେଇ ସୁନାବେଡ଼ା ଥାନାରେ ୧୮୩/୨୦୨୪ରେ ଏକ ମାମଲା ରୁଜୁ କରାଯାଇଛି। ଟ୍ରକ୍‌କୁ ଜବତ କରାଯାଇ ଡ୍ରାଇଭରଙ୍କୁ ଅଟକ ରଖି ଜେରା ଚାଲିଛି।

Share