Categories: ଫୁରସତ

ଆଗ ଚକ ନ ଥାଇ ଚାଲୁଛି ଟ୍ରକ୍‌

ଲକ୍ଷ୍ନୌ: ଚକବିହୀନ ଟ୍ରକ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ପ୍ରସାରିତ ହେବାରେ ଲାଗିଛି। ଆଗ ଚକ ନ ଥିବା ଏକ ଟ୍ରକ୍‌ ଜଣେ ଡ୍ରାଇଭର ଖୁବ୍‌ ଜୋର୍‌ରେ ହାଇଓ୍ବେରେ ଗଲାଉଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଆଗ ଚକ ନ ଥିବା ଗାଡ଼ି ଚଲାଇବା ଏକ ପ୍ରକାର ଅସମ୍ଭବ ହୋଇଥିବାବେଳେ ଭିଡିଓକୁ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି ନିଶ୍ଚୟ। ଭାଇରାଲ ହୋଇଥିବା ଭିଡିଓକୁ ଦେଖି ଲୋକେ ଏଣ୍ଟରଟେନ୍‌ ହେବା ସହ ବହୁ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଡ୍ରାଇଭରଙ୍କ ଏ ପ୍ରକାର ଟ୍ୟାଲେଣ୍ଟକୁ ପ୍ରଶଂସା କରିଥିବାବେଳେ ଆଉଜଣେ ଲେଖିଛନ୍ତି ଏ ପ୍ରକାର ଘଟଣା କେବଳ ଭାରତରେ ହିଁ ସମ୍ଭବ। ଭିଡିଓଟିକୁ ୫ ନିୟୁତ ଲୋକ ଦେଖିସାରିବା ସହ ୫ ଲକ୍ଷ ଲୋକ ଲାଇକ୍‌ କରିଛନ୍ତି। ନିକଟରେ ଆଉ ଏକ ଭିିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ବସ୍‌ ଡ୍ରାଇଭର୍‌ ରାସ୍ତା ମଝିରେ ଗାଡ଼ି ରଖି ଚା’ ଆଣିବାକୁ ଯାଇଥିଲେ। ଫଳରେ ରାସ୍ତାରେ କିଛି ସମୟ ଟ୍ରାଫିକ୍‌ ଜାମ୍‌ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

Share