ଗଞ୍ଜାମ,୧୦ା୯(ଡି.ଏନ୍.ଏ.): ୧୬ ନଂ. ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ଏକ ପାର୍ଶଲ ବୋଝଇ ଟ୍ରକ୍ ରୋଡ୍ ପାର୍ଶ୍ୱରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିବା ଜଣାପଡ଼ିଛି l ଏହି ଦୁର୍ଘଟଣା ଫଳରେ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଇଛି l ସହ ଗାଡ଼ି ବସ୍ ଉଭୟ ରାସ୍ତା ପାର୍ଶ୍ୱରେ ଅଟକି ରହିଥିଲା l ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିି ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା l ଏଥିରେ ଟ୍ରକ୍ ଡ୍ରାଇଭର ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡୁଛି। ଉକ୍ତ ସ୍ଥାନରେ ବାରମ୍ବାର ଏହିଭଳି ଦୁର୍ଘଟଣା ହେଉଥିବା ଯୋଗୁ ସେଠାରେ ଓଭର ବ୍ରିଜ୍ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।