ମା’ ବାପାଙ୍କ ଆଗରେ ଛୁଆ ଉପରେ ଚଢ଼ିଗଲା ଟ୍ରକ୍‌

ରାଇଘର, ୩୧।୧୨(କିରଣ ପଟ୍ଟନାୟକ)ବାହାଘରର ୧୭ ବର୍ଷ ପରେ କୋଳକୁ ଆସିଥିଲା ପୁଅ। କିନ୍ତୁ ଅସାବଧାନତାରୁ କୁନିପୁଅ ଉପରେ ଚଢ଼ିଗଲା ଟ୍ରକ୍‌। ମା’ ବାପାଙ୍କ ଆଗରେ ଚାଲିଗଲା ତା ଜୀବନ। ପିଲାଟିର ମୃତଦେହ ଧରି ରାସ୍ତା ଉପରେ ମୁଣ୍ଡ ପିଟି କାନ୍ଦୁଥିଲେ ମା’ ବାପା। ଗ୍ରାମବାସୀ ମୃତଦେହ ରଖି କୁନ୍ଦେଇ -ରାଇଘର ମୁଖ୍ୟରାସ୍ତା ଅବରୋଧ କରିଥିଲେ। ଏହି ଦୁର୍ଘଟଣା ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡି ଗ୍ରାମରେ ଶନିବାର ଘଟିଛି। ମୃତକ ହେଲେ ଛତିଶଗଡ଼ କୋଣ୍ଡାଗଁା ଜିଲା ବିଶ୍ରାମପୁରୀ ଥାନା ଅଧୀନ ମଛଲୀ ପଞ୍ଚାୟତ ଉରିଦ ଗ୍ରାମର ରାଜକୁମାର କୋରାମଙ୍କ ପୁଅ ଗୌରବ(୪)।
ଦଶାହରେ ଯୋଗଦେବାକୁ ରାଜକୁମାର ସ୍ତ୍ରୀ ଓ ପୁଅ ଗୌରବଙ୍କୁ ଧରି ଶୁକ୍ରବାର ସାରେ ଶ୍ୱଶୁରଘର ଦେଓଭରଣ୍ଡି ଗ୍ରାମକୁ ଆସିଥିଲେ। ପ୍ରବଳ ଥଣ୍ଡା ହେଉଥିବାରୁ ଶନିବାର ସକାଳ ୭ଟାରେ ରାଜକୁମାର ଓ ତାଙ୍କ ମା’ ଗୌରବଙ୍କୁ ଧରି ଖରାରେ ରାସ୍ତାରେ ଛିଡ଼ା ହୋଇଥିଲେ। ହଠାତ୍‌ ଗୌରବ ବାପାଙ୍କ ହାତ ଛାଡ଼ି ବିପରୀତ ଦିଗକୁ ଯିବାକୁ ଦୌଡ଼ିଥିଲେ। ସାମ୍ନା ପଟୁ ଏକ ମାଲ୍‌ ବୋଝେଇ ଟ୍ରକ୍‌ (ଏପି-୩୯ଡବ୍ଲ୍ୟୁ-୫୯୮୦) ଗୌରବଙ୍କୁ ଧକ୍କାଦେଇ ଘୋଷାଡ଼ି ନେଇଥିଲା। ତାଙ୍କ ମୁଣ୍ଡରେ ଟ୍ରକ୍‌ ଚକା ଚଢି ଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ରାଇଘର ତହସିଲଦାର ଜନ୍ମେଜୟ ବେହେରା ଓ ଗାଡ଼ି ମାଲିକ ଘଟଣାସ୍ଥଳକୁ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। କ୍ଷତି ପୂରଣ ବାବଦକୁ ୧ଲକ୍ଷ ଟଙ୍କା ସହ ଇନ୍‌ସ୍ୟୁରାନ୍ସ ବାବଦରେ ମିଳିବାକୁ ଥିବା ଟଙ୍କା ପରିବାର ଲୋକେ ପାଇବେ ବୋଲି ଗାଡି ମାଲିକ ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାର ରେଡ୍‌କ୍ରସ୍‌ ପକ୍ଷରୁ ପରିବାର ଲୋକଙ୍କୁ ୧୦ ହଜାର ଟଙ୍କା ଦେବା ପରେ ରାସ୍ତାରୋକୋ ହଟିଥିଲା। ଏହି ସମୟରେ ରାଇଘର ଥାନାଧିକାରୀ ରଘୁନାଥ ମାଝି, ରାଜସ୍ବ ଅଧିକାରୀ ମୃତ୍ୟୁଞ୍ଜୟ ରାଉଳ, ରମେଶ ହାଲବା, ସୁପରଭାଇଜର ବିନୋଦ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଡ୍ରାଇଭର ଟ୍ରକ୍‌ ସହ ରାଇଘର ଥାନାରେ ଅଟକ ରହିଛନ୍ତି। ରାଇଘର ପୋଲିସ ନଂ. ୨୩୧/୨୩ରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପ-ପୁଅଙ୍କୁ ଏସିଡ୍‌ ମାଡ: ସ୍ବାସ୍ଥ୍ୟାବସ୍ଥା ଗୁରୁତର

ତୁମୁଡିବନ୍ଧ(ଦୀପକ କୁମା ପରାସେଠ): ବାପା ପୁଅଙ୍କୁ ଘରେ ଶୋଇଥିବା ସମୟରେ ଏସିଡ ମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ...

ରେଳ କର୍ମଚାରୀଙ୍କ ଘରେ ପଶିଲେ ଲୁଟେରା: ହାତଗୋଡ଼ ବାନ୍ଧି ସବୁ ଲୁଟିନେଲେ

ରାଉରକେଲା,୧୯।୧୦(ସଂଗୀତା ଜେନା): ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ...

୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ

ନବରଙ୍ଗପୁର, ୧୮/୧୦(ସଦାଶିବ ପ୍ରହରାଜ): ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କଲେ ଅଭିଭାବକ। ପ୍ରଥମେ ଅବିଭକ୍ତ କୋରାପୁଟ ଜିଲାକୁ ବନ୍ଦ ଡାକରା...

୫ଜି କଭରେଜ୍‌ରେ ଜିଓ ଶ୍ରେଷ୍ଠ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):୫ଜି କଭରେଜ୍‌ ଉପଲବ୍ଧତା ଏବଂ ଡାଉନଲୋଡ୍‌ ସ୍ପିଡ୍‌ ଅନୁଭୂତି ପ୍ରଦାନ କରିବାରେ ରିଲାଏନ୍ସ ଜିଓ ସର୍ବାଗ୍ରେ ରହିଛି। ବିଶ୍ୱର ଅନ୍ୟତମ ପ୍ରମୁଖ ମାନକ ବିଶ୍ଳେଷଣ...

୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ...

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri