ଛେଳିପଲ ଉପରେ ମାଡ଼ିଗଲା ଟ୍ରକ୍‌, ୨୯ ଛେଳିଙ୍କ ଜୀବନ ଗଲା

ଖଲ୍ଲିକୋଟ,୨୯ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡୀ ଢାବା ନିକଟରେ ରାସ୍ତା ଉପରେ ପାର ହେଉଥିବା ଛେଳିପଲ ଉପରେ ଏକ ଟ୍ରକ୍‌ ମାଡ଼ି ଯିବାରୁ ୨୯ଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦଲିବାଟି ଗ୍ରାମର କୈଳାସ ପାତ୍ରଙ୍କ ଛେଳିପଲ ଶୁକ୍ରବାର ରାତିରେ ଗାଁକୁ ଫେରିବା ପାଇଁ ଜାତୀୟ ରାଜପଥ ରାସ୍ତା ପାର୍‌ ହେଉଥିବା ବେଳେ ଏକ ଟ୍ରକ୍‌ ନମ୍ବର ଏପି ୩୯ ଟିବି ୫୬୬୫ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ୨୯ଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଶନିବାର ଏ ସମ୍ପର୍କରେ ଛେଳି ମାଲିକ କୈଳାସ ପାତ୍ରଙ୍କ ଅଭିଯୋଗ କ୍ରମେ ଖଲ୍ଲିକୋଟ ଥାନା କେସ୍‌ ନମ୍ବର ୫୪୪/୨୦୨୪ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ। ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଠକିନେଲେ କୋଟିଏ ଟଙ୍କା

ଯାଜପୁର ଟାଉନ,୨ା୭ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ଜଣେ ଯୁବକ ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ କରିନେଇଥିବା ଅଭିଯୋଗ ହୋଇଥିଲା ା...

କଟକର ସମସ୍ତ ବେଆଇନ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ

କଟକ,୨ା୭ (କାର୍ତ୍ତିକ ସାହୁ) :କଟକରେ ବିନା ରେଜିଷ୍ଟ୍ରେଶନରେ ଚାଲିଥିବା ଏକ ନିର୍ଦ୍ଦିଷ୍ଟ ହସ୍ପିଟାଲ ସମେତ ଅନ୍ୟ କେତେକ ହସ୍ପିଟାଲକୁ ତୁରନ୍ତ ବନ୍ଦ କରିବାକୁ ଜାତୀୟ ମାନବିକ...

ମୃତ ବ୍ୟକ୍ତିଙ୍କ ନାମରେ ଆସୁଛି ଭତ୍ତା ଟଙ୍କା

କାଏମା,୧ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ବର୍ଷ ବର୍ଷ ଧରି ମୃତବ୍ୟକ୍ତିଙ୍କ...

ଖଣି ଅଞ୍ଚଳରୁ ହଟୁଛି ଘଡ଼େଇ ପରିବାରର ପତିଆରା

କାଳିଆପାଣି,୨ା୭(ଅସିତ୍‌ ମହନ୍ତ):ଶ୍ରମିକ ସଂଘ (ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ବା ଏସ୍‌ଆର୍‌ସିକେଏମ୍‌ଏସ୍‌) ପକ୍ଷରୁ କାଳିଆପାଣି ଖଣି ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ଡାକରା...

ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ…

ଢେଙ୍କାନାଳ,୨ା୭(ରତନ ନାୟାର):ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍‌ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ...

ଭାଜପା-ବିଜେଡି କର୍ମୀ ମାର୍‌ପିଟ୍‌

ଖୁଣ୍ଟୁଣୀ,୨ା୭(ସଚ୍ଚିଦାନନ୍ଦ ପଣ୍ଡା):କଟକ ଜିଲା ଆଠଗଡ଼ ବ୍ଲକ ଅଧୀନ ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ସୋମବାର ଭୂମିପୂଜାବେଳେ ଭାଜପା ନେତା ଅଭୟ ବାରିକଙ୍କ...

ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ...

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗୋପାଳପୁର,୧।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଚୋର ଦଳ ସକ୍ରିୟ ହୋଇପଡ଼ିଛନ୍ତି l ଗୋଟିଏ ପରେ ଗୋଟିଏ ଘରେ କଳାକନା ବୁଲାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri