ଛାତ୍ରଙ୍କ ଉପରେ ମାଡ଼ିଗଲା ଛତୁଆ ବୋଝେଇ ଟ୍ରକ୍‌, ଚାଲିଗଲା ଜୀବନ

ହାଟଡିହୀ,୨୭ା୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ହଦଗଡ଼ ଚେତନା କେନ୍ଦ୍ର ନିକଟରେ ଏକ ଛତୁଆ ବୋଝେଇ ଟ୍ରକ୍‌ ଚଢ଼ିଯିବାରୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍‌ ଏବଂ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ବେଳେ କ୍ଷତିପୂରଣ ଦାବିରେ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକ ହଦଗଡ଼-ଛେନାପଦୀ ରାସ୍ତାର ଚେତନା କେନ୍ଦ୍ରଠାରେ ରାସ୍ତାରୋକୋ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଥିବା ବେଳେ ଛତୁଆ ବୋଝେଇ ଟ୍ରକ୍‌କୁ ଜବତ କରିଛି।


ସୂଚନାନୁସାରେ ଭଦ୍ରକ ଜିଲା ବନ୍ତ ଥାନା ଦୋଳପଦୀ ଗ୍ରାମର ବାପା କାଳିଆ ମୁଣ୍ଡା, ମା ମୁକ୍ତା ମୁଣ୍ଡାଙ୍କ ସହ ପୁଅ ଆକାଶ (୫ ବର୍ଷ) ଯୀଶୁ ଖ୍ରୀଷ୍ଟଙ୍କ ଏକ ପର୍ବ ଉତ୍ସବରେ ଯୋଗ ଦେବାକୁ ହଦଗଡ଼ ଚେତନା କେନ୍ଦ୍ର ନିକଟକୁ ଆସିଥିଲେ। ପୁଅ ଆକାଶ ଗୋଟିଏ ପଟୁ ଅନ୍ୟ ପଟକୁ ରାସ୍ତା ପାର ହେଉଥିଲେ। ଏହି ସମୟରେ ଦ୍ରୁତଗତିରେ ହଦଗଡ଼ ପଟୁ ଛେନାପଦୀ ଅଭିମୁଖେ ଯାଉଥିବା ଛତୁଆ ବୋଝେଇ ଟ୍ରକ୍‌ ଆକାଶଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଆକାଶଙ୍କ ମୃତ୍ୟୁ ଘଟିଥିଲା। ମୃତଦେହକୁ ରାସ୍ତାରେ ଉପରେ ରଖି ରାସ୍ତାରୋକୋ କରାଯାଇଥିଲା। ଘଟଣାସ୍ଥଳରେ ଅସନ୍ତୋଷ ଏବଂ ଉତ୍ତେଜନା ଲାଗି ରହିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଜଣେ ସରପଞ୍ଚଙ୍କ ସ୍ବାମୀଙ୍କ ହୋଇଥିବା ବେଳେ ତାଙ୍କ ଗୋଦାମ ଘରୁ ଛତୁଆ ବୋଝେଇ କରି ଫେରୁଥିଲା। କିନ୍ତୁ କେଉଁଠାକୁ ଛତୁଆ ପରିବହନ ହେଉଥିଲା ତାହା ସ୍ପଷ୍ଟ ହୋଇନି। ଅପରପକ୍ଷେ ଅଙ୍ଗନଓ୍ବାଡିକୁ ଯୋଗାଣ ହେଉଥିବା ଛତୁଆ ଉକ୍ତ ଟ୍ରକ୍‌ରେ ଚୋରାଚାଲାଣ ହେଉଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିଷ୍ଟାଲ୍‌ ଲୋଟସ୍‌ ରଖି ବି ଘରର ପରିସ୍ଥିତିକୁ ବଦଳାଇପାରିବେ: ଜାଣନ୍ତୁ କିପରି

ହିନ୍ଦୁ ଧର୍ମରେ ପଦ୍ମ ଫୁଲର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ଦିବ୍ୟ ପୂର୍ଣ୍ଣତାର ପ୍ରତୀକ ବୋଲି କୁହାଯାଇଥାଏ। ମାତା ଲକ୍ଷ୍ମୀଙ୍କର ମଧ୍ୟ ଏହି ଫୁଲ ଖୁବ୍‌...

ଗଞ୍ଜାମରେ ଚାଞ୍ଚଲ୍ୟ: ୨ ଭାଇଙ୍କୁ ପିଟିପିଟି ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ

ବେଗୁନିଆପଡା,୨୭।୪(ସୁଶାନ୍ତ ପଟ୍ଟନାୟକ): ପୁଣି ଅଶାନ୍ତ ହେଲା ଗଞ୍ଜାମ। ଜିଲାରୂ ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି।...

ଚିଲିକା କୂଳରେ ଅବସ୍ଥିତ ଓଡ଼ିଶାର ୨୦୦ ବର୍ଷର ଐତିହାସିକ ରାଜମହଲ, ସାଜିଛି ପର୍ଯ୍ୟଟକଙ୍କ ନୂଆ ଆକର୍ଷଣ

ଚିଲିକା ହ୍ରଦର ମନୋରମ କୂଳରେ ଅବସ୍ଥିତ ରମ୍ଭା ରାଜମହଲ ଓଡ଼ିଶାର ଐତିହାସିକ ଓ ସାଂସ୍କୃତିକ ଐତିହ୍ୟର ଏକ ଅନୁପମ ନିଦର୍ଶନ। ପ୍ରାୟ ୨୦୦ ବର୍ଷର ପୁରୁଣା...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ‘Sachet App, ଜାଣନ୍ତୁ ଏହା କ’ଣ, କାହିଁକି ହୋଇଛି ଆରମ୍ଭ

ନୂଆଦିଲ୍ଲୀ,୨୭ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ୧୨୧ତମ ମନ୍‌ କି ବାତ୍‌ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ସଚେତ ଆପ୍‌,...

ଭଞ୍ଜ ରାଜବଂଶର ଅଧିଷ୍ଠାତ୍ରୀ ଦେବୀ କୁଲାଡ ବ୍ୟାଘ୍ରଦେୀ ମନ୍ଦିର ଚୋରି ପରେ ଗ୍ରହଶୁଦ୍ଧି ହୋମଯଜ୍ଞ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଦେବୀଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା। କିନ୍ତୁ...

ଚମ୍ପାପୁଟ ଘାଟରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ

ନନ୍ଦପୁର,୨୭।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାନ୍ଥଲୁଙ୍ଗ ପଞ୍ଚାୟତର ଚମ୍ପାପୁଟ ଘାଟରେ ରବିବାର ସକାଳୁ ଏକ ଅଘଟଣ ଘଟିଛି। ଘାଟରୁ ଏକ...

ନିନ୍ଦା କରିବା ପରିବର୍ତ୍ତେ ଭାରତକୁ ପ୍ରମାଣ ମାଗିଲେ ଶାହିଦ ଆଫ୍ରିଦି, ବୟାନ ଶୁଣିଲେ…

ଇସଲାମାବାଦ,୨୭।୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ପାକିସ୍ତାନ...

ଆମ୍ବୁଲାନ୍ସରେ ହେଉଥିଲା ଗୋଚାଲାଣ: ୪ ଗୋରୁ ଉଦ୍ଧାର, ଆମ୍ବୁଲାନ୍ସ ଜବତ

ଭଦ୍ରକ,୨୭।୪(ସନାତନ ରାଉତ): ଭଦ୍ରକରେ ଗୋ ଚାଲାଣ ରୋକିବା ପାଇଁ ପୋଲିସ କଡା ପଦକ୍ଷେପ ନେଉଥିବାରୁ ଗୋ ମାଫିଆ ମାନେ ଅଭିନ ଉପାୟରେ କରୁଛନ୍ତି ଗୋଚାଲାଣ ।ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image