କୋଟପାଡ଼,୭ା୪(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ମହାବିଦ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ ୬୩ ପାର୍ଶ୍ୱ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଏକ ଟ୍ରକ୍ରେ କୌଣସି କାରଣ ବଶତଃ ଅପରାହ୍ନ ୨ଟାରେ ନିଆଁ ଲାଗି ଯାଇଥିଲା। ଟ୍ରକ୍ ଭିତରେ ଡ୍ରାଇଭର ଏକ ଗ୍ୟାସ୍ ଚୁଲାରେ ରୋଷେଇ କରୁଥିବା ସମୟରେ ହଠାତ୍ ନିଆଁ ଲାଗିଯିବାରୁ ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ିଥିଲେ। ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ତୁରନ୍ତ କୋଟପାଡ଼ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ଗାଡ଼ି ଅଧଘଣ୍ଟା ପରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଟ୍ରକ୍ଟି ୫୦ ପ୍ରତିଶତ ପୋଡ଼ିଯାଇଥିଲା।ପୋଡ଼ା ଟ୍ରକ୍ ମଧ୍ୟରୁ ଏକ ୧୫ କେଜି ଗ୍ୟାସ୍ ଟାଙ୍କି ଉଦ୍ଧାର କରାଯାଇଛି। ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ କରୁଥିବାର ଜଣାପଡ଼ିଛି।