ସରପଞ୍ଚଙ୍କ ଉଦ୍ୟମରେ ଖୋଳାଗଲା ନଳକୂପ

ମାଧପୁର,୩।୪ ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ନୀଳକଣ୍ଠପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ହେବ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ହୋଇଛି। ନୂତନ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଖେତୀଙ୍କ ଉଦ୍ୟମରେ ଶନିବାର ସ୍କୁଲ ପରିସରରେ ନଳକୂପ ଖନନ କରାଯାଇଛି। ସମସ୍ୟା ସମାଧାନ କ୍ଷେତ୍ରରେ ନବ ନିର୍ବାଚିତ ସରପଞ୍ଚଙ୍କ ଏଭଳି ଉଦ୍ୟମକୁ ଗ୍ରାମବାସୀ ପ୍ରଂଶସା କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ବିଦ୍ୟାଳୟରେ ଥିବା ନଳକୂପଟି ପୋତି ହୋଇ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଥିଲା। ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଗ୍ରାମବାସୀ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳୁ ନ ଥିଲା। ନୂତନ ସରପଞ୍ଚ ଭାବେ ସିଦ୍ଧାର୍ଥ ଦାୟିତ୍ୱ ଗ୍ରହଣ କରିବା ପରେ ଗ୍ରାମବାସୀ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ସରପଞ୍ଚ ବ୍ଲକ ପ୍ରଶାସନ ସହିତ ଯୋଗାଯୋଗ କରି ବିଦ୍ୟାଳୟରେ ଏକ ନଳକୂପ ଖନନ କରାଇଛନ୍ତି।

Share