ସୁନ୍ଦରଗଡ,୭।୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ସଦ୍ଭାବନା ଭବନଠାରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଛି। ଶୁଣାଣି ସମୟରେ ଏନ୍ଟିପିସି ତୁୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ମହିଳାମାନେ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ପ୍ରକୋଷ୍ଠ ଆଗରେ ଧାରଣାରେ ବସିଥିଲେ। ଉକ୍ତ ଖଣି ଯୋଗୁ ବିସ୍ଥାପିତ
ପରିବାରଙ୍କୁ ଏଯାବତ୍ କ୍ଷତିପୂରଣ କିମ୍ବା ନିଯୁକ୍ତି ମିଳି ନ ଥିବାରୁ ସେମାନେ ଧାରଣା ଦେଇଛନ୍ତି। ପୂର୍ବରୁ ସେମାନ ଖଣି ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ୮ ମାସ ଧାରଣାରେ ବସିଥିବା ସତ୍ତ୍ୱେ ବଳପୂର୍ବକ ସେମାନଙ୍କୁ ଉଠାଇ ଦିଆଯାଇଥିଲା। ତେବେ ଆଗକୁ ଯଦି ଦାବି ପୂରଣ ନ ହୁଏ ସେମାନେ ଧାରଣାରେ ବସି ଆନ୍ଦୋଳନକୁ ଜୋରଦାର କରିବେ ବୋଲି ବିସ୍ଥାପିତ ମହିଳା ସଂଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସୋମବାରଠାରୁ ଧାରଣା ଦିଆଯାଇଥିବା ବେଳେ ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀ ପ୍ରତିନିଧିମଣ୍ଡଳର ସଦସ୍ୟଙ୍କୁ ଆଲୋଚନା ପାଇଁ ଡକାଯାଇଛି।