ପଗଡ଼ି ଆତଙ୍କବାଦୀଙ୍କ ପ୍ରତୀକ ନୁହେଁ, କାହିଁକି ଏମିତି କହିଲେ ନ୍ୟୁୟର୍କ ମେୟର

ନ୍ୟୁୟର୍କ,୩୦।୧୦:ନିକଟରେ ଆମେରିକାରେ ଶିଖ ସମ୍ପ୍ରଦାୟ ବିରୋଧରେ ଚାଲିଥିବା ହିଂସ୍ରକ ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି ନ୍ୟୁୟର୍କ ମେୟର ଏରିକ ଆଡାମ୍ସ। ଶିଖ ପଗଡ଼ିର ଅର୍ଥ ଆତଙ୍କବାଦ ନୁହେଁ, ବରଂ ଆସ୍ଥାର ପ୍ରତୀକ ବୋଲି ସେ କହିଛନ୍ତି।
ନ୍ୟୁୟର୍କରେ ଅକ୍ଟୋବର ୧୫ରେ ୧୯ ବର୍ଷୀୟ ଶିଖ ଯୁବକଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣକୁ ଘୃଣ୍ୟ ଅପରାଧ ବୋଲି କୁହାଯାଇଥିଲା। ଶିଖ ଯୁବକ ଗୁରୁଦ୍ୱାର ଯାଉଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ କରିଥିବା କ୍ରିଷ୍ଟୋଫର ଫିଲିପ୍‌ ଶିଖ ଯୁବକଙ୍କ ମୁଣ୍ଡକୁ ମାରିଥିଲେ ଏବଂ ତାଙ୍କ ପଗଡ଼ି କାଢିବାକୁ ଚେଷ୍ଟା କରିଥିଲେ। ଏହାପୂର୍ବରୁ ୬୬ ବର୍ଷୀୟ ଜଶମେର ସିଂଙ୍କ ଉପରେ ଆକ୍ରମଣ ହୋଇଥିଲା।

Share