ଓ୍ବାଶିଂଟନ: ଆମେରିକାରେ ଯାଁଳା ଭଉଣୀ ଯାଁଳା ଭାଇଙ୍କୁ ବିବାହ କରିଛନ୍ତି। ବ୍ରିଟେନୀ ଏବଂ ବ୍ରାୟନା ନାମକ ଦୁଇ ଯାଁଳା ଭଉଣୀ ଦୁଇ ଯାଁଳା ଭାଇ ଜୋଶ ଏବଂ ଜେରେମୀଙ୍କୁ ବିବାହ କରିଛନ୍ତି। ଏମାନଙ୍କର ୨୦୧୭ରେ ଏକ ଟ୍ବିନ୍ସ ଫେଷ୍ଟିଭାଲରେ ସାକ୍ଷାତ ହୋଇଥିଲା। ସାକ୍ଷାତ ହେବାର ୬ ମାସ ପରେ ଜୋଶ ଏବଂ ଜେରେମୀ ବ୍ରିଟେନୀ ଏବଂ ବ୍ରାୟନାଙ୍କୁ ପ୍ରପୋଜ କରିଥିଲେ। ୨୦୧୮ରେ ଏମାନଙ୍କର ବିବାହ ହୋଇଥିଲା। ବ୍ରାୟନା ଜୋଶଙ୍କୁ ବିବାହ କରିଥିବା ବେଳେ ବ୍ରିଟେନୀ ଜେରେମୀଙ୍କୁ ବିବାହ କରିଛନ୍ତି।
ବ୍ରିଟେନୀ ଏବଂ ବ୍ରାୟନାଙ୍କ କହିବାନୁସାରେ, ସେମାନେ ପିଲାଦିନେ ଏକାଠି ଖାଇବା, ଖେଳିବା, ବସିବା, ବୁଲିବା, ପାଠ ପଢ଼ିବା ଆଦି କରୁଥିଲେ। ଦୁହେଁ ସବୁବେଳେ ଚାହୁଁଥିଲେ ଆଗକୁ ଏକାଠି ରହିବେ, ଏକାଠି ଜନ୍ମଦିନ ପାଳିବେ। ତାଙ୍କ ସମ୍ପର୍କ ଖୁବ୍ ମଜଭୁତ। ଏପରିକି ସେ ଚାହୁଁଥିଲେ ଏକାଠି ବାହା ହେବାକୁ। ଯାହା ସତ ହୋଇଥିଲା। ସବୁଠୁ ଖୁସିର କଥା ଦୁଇଜଣ ଏବେ ଏକା ସାଙ୍ଗରେ ମା’ ବି ହେବେ। ଏହାକୁ ନେଇ ଦୁଇ ଭଉଣୀ ବହୁତ ଖୁସି ଅଛନ୍ତି।