ଏହି ଖଳନାୟକଙ୍କ ଶହ ଶହ ଫଟୋ ପାଖରେ ରଖିଛନ୍ତି ବଲିଉଡ୍‌ର ଦୁଇ ବଡ଼ ଷ୍ଟାର

ମୁମ୍ବାଇ: ବଲିଉ୍‌ଡର ‘ବ୍ୟାଡମ୍ୟାନ୍‌’ ଭାବରେ ଜଣାଶୁଣା ଗୁଲ୍‌ଶନ ଗ୍ରୋଭର ୮୦-୯୦ ଦଶକର ସବୁଠାରୁ ବଡ଼ ଖଳନାୟକ ଭାବରେ ପରିଚିତ। ପ୍ରାୟ ୨ଦଶନ୍ଧି ଧରି ଫିଲ୍ମରେ ବ୍ୟାଡମ୍ୟାନ୍‌ ଚରିତ୍ରରେ ଅଭିନୟ କରିଥିବା ଗୁଲଶନ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଯେଉଁ ହିରୋମାନେ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ, ସେମାନେ ମୋତେ ଅନୁକରଣ କରୁଥିଲେ।

ମୋ ଲୁକ୍‌ କପି କରିବାକୁ ଚେଷ୍ଟା କରୁଥିଲେ। ସେ କହିଛନ୍ତି, ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ମୋର ୧୦୦ଟି ଫଟୋ ରଖିଛନ୍ତି। ଯେଉଁଥିରେ ମୁଁ ଭିନ୍ନଭିନ୍ନ ଗେଟ୍‌ଅପ୍‌ରେ ଭିଲେନ ପୋଷାକ ପିନ୍ଧିଛି। କେବଳ ଏତିକି ନୁହେଁ, ସୁନୀଲ ଶେଟ୍ଟୀଙ୍କ ନାମରେ ଏକ ପୂରା ଲାଇବ୍ରେରୀ ଅଛି । ଏହି ଦୁଇ ଅଭିନେତା ଚରିତ୍ରକୁ ଜୀବନ୍ତ କରିଥାନ୍ତି। କିନ୍ତୁ ଏହି ଦୁଇ ଅଭିନେତା ମୋ ଲୁକ୍‌ କପି କରି ଖଳନାୟକ ହୋଇଥିଲେ।

ଗୁଲଶନ ତାଙ୍କ କ୍ୟାରିୟରରେ ସବୁଠାରୁ ଖରାପ ଚରିତ୍ରରେ ଅଭିନୟ କରିଛନ୍ତି। ୮୦-୯୦ ଦଶକରୁ ଏ ପର୍ଯ୍ୟନ୍ତ ଗୁଲଶନ ଡଜନର ଅଧିକ ଫିଲ୍ମରେ ଭିଲେନ ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ଭୟଙ୍କର ଶୈଳୀ ଏବଂ ଦୃଢ଼ ଅଭିନୟ ତାଙ୍କୁ ବଲିଉଡ୍‌ର ‘ବ୍ୟାଡମ୍ୟାନ୍‌’ ଆଖ୍ୟା ଦେଇଛି।

ଗୁଲଶନ ହିରୋ ହେବାକୁ ମୁମ୍ବାଇ ଆସି ଭିଲେନ ହୋଇଯାଇଥିଲେ। ଅଭିନୟ ସମୟରେ ସେ ହୃଦୟଙ୍ଗମ କରିଥିଲେ ଯେ ସେ ହିରୋ ଅପେକ୍ଷା ଭିଲେନ ଚରିତ୍ରରେ ବହୁତ ଭଲ କାମ କରୁଛନ୍ତି। ଏହା ପରେ ସେ ଭିଲେନ ଚରିତ୍ରରେ ଅଭିନୟ ଜାରି ରଖିଲେ। ତାଙ୍କର ସ୍ବତନ୍ତ୍ର ହସ, ଭିଲେନ ଭୂମିକା ଏବଂ ଡାଏଲଗ୍‌ ଷ୍ଟାଇଲ୍‌ ତାଙ୍କୁ ଜଣେ ପ୍ରସିଦ୍ଧ ଭିଲେନ କରିଥିଲା। ତାଙ୍କର ବିଶେଷ ଶୈଳୀ ପାଇଁ ତାଙ୍କୁ ବଲିଉଡ୍‌ର ‘ବ୍ୟାଡମ୍ୟାନ୍‌’ କୁହାଯାଉଥିଲା।

Share