ଜନ୍ମଦିନ କେକ୍‌ ଆଣିବାକୁ ଯାଇଥିଲେ ଦୁଇଭାଇ, ପଛରୁ ଗୋଡ଼ାଇଲା ବାଘ; ଆଉ ତା’ ପରେ…

ଭୋପାଳ,୨ା୭: ମଧ୍ୟପ୍ରଦେଶରେ ଜନ୍ମଦିନ ପାଇଁ ମଗାଯାଇଥିବା ଏକ କେକ୍‌ କିଛି ଲୋକଙ୍କ ଜୀବନ ବଞ୍ଚାଇଦେଇଛି। ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ମଧ୍ୟପ୍ରଦେଶର ବୁରାହାନପୁରରେ ଫିରୋଜଙ୍କ ପୁଅର ଜନ୍ମଦିନ ପାର୍ଟି ଚାଲିଥିଲା। ହଠାତ୍‌ ଏକ ଚିତା ବାଘ କ୍ଷେତରୁ ବାହାରି ତାଙ୍କ ପଛରେ ପଡ଼ିଗଲା। ଯାହାକୁ ଦେଖି ଦୁଇ ଭାଇଙ୍କ ଅବସ୍ଥା ଖରାପ ହୋଇଗଲା।

ଫିରୋଜ ଏବଂ ସାବିର ମିଶି ଫିରୋଜଙ୍କ ପୁଅର ଜନ୍ମଦିନ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଯେତେବେଳେ ଦୁଇଜଣ କେକ୍‌ ନେଇ ବାଇକ୍‌ରେ ଯାଉଥିଲେ ସେତେବେଳେ ଏକ ଜଙ୍ଗଲୀ ବାଘ ତାଙ୍କ ପଛରେ ପଡ଼ିଗଲା। ଦୁଇଭାଇ କ’ଣ କରିବେ ଭାବି ପାରିଲେନି। ଶେଷରେ କେକ୍‌ ପ୍ୟାକେଟ୍‌କୁ ବାଘ ଉପରକୁ ଫିଙ୍ଗି ଦେଇଥିଲେ। ଫଳରେ ବାଘ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା। ଦୁଇଜଣଙ୍କ ଜୀବନ ବଞ୍ଚି ଯାଇଥିଲା। ଏହି ଘଟଣାକୁ ନେଇ ସାବିର କୁହନ୍ତି, ବାଘଟି ତାଙ୍କଠାରୁ ମାତ୍ର ୫୦୦ ମିଟର ଦୂରରେ ଥିଲା। କେକ୍‌ ଯୋଗୁ ଆମେ ବଞ୍ଚିଗଲୁ। ନଚେତ୍‌ ବାଘ ମୁହଁରେ ଜୀବନ ଯାଇଥାନ୍ତା। କେକ୍‌ କଟା ନ ହେଲା ନାହିଁ ମାତ୍ର ଦୁଇଭାଇଙ୍କ ସହ୍ୟ ଅନ୍ୟ ଅତିଥିଙ୍କ ଜୀବନ ମଧ୍ୟ ବଞ୍ଚିଗଲା ବୋଲି କୁହନ୍ତି ସାବିର।

Share