୬ରୁ ଦୁଇଦିନିଆ ନ୍ୟାଶନାଲ୍‌ ଗ୍ରୀନ୍‌ ମେଟାଲ୍‌ କନ୍‌ଫରେନ

ଭୁବନେଶ୍ୱର,୫।୨(ଅଭୟ ଦାଶ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ(ବିପିଏନ୍‌ଏସ୍‌ଆଇ)ର ମିଳିତ ସହଯୋଗରେ ଏକ ୨ଦିନିଆ ଜାତୀୟ ସମ୍ମିଳନୀ ‘ନ୍ୟାଶନାଲ୍‌ ଗ୍ରୀନ୍‌ ମେଟାଲ୍‌ କନ୍‌ଫରେନ୍ସ-୨୦୨୪’ ଭୁବନେଶ୍ୱରଠାରେ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀ ୬ରୁ ଜୟଦେବ ବିହାରସ୍ଥିତ ହୋଟେଲ ସ୍ବସ୍ତି ପ୍ରିମିୟମରେ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏକ ଖବରଦାତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଷ୍ଟେଟ୍‌ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ଼ର ନିର୍ଦ୍ଦେଶକ ତଥା ମେମ୍ବର ଅଫ୍‌ ସେକ୍ରେଟାରି ଡ. କେ.ମୁର୍ଗେସନ, ବିପିଏନ୍‌ଏସ୍‌ଆଇର ନିର୍ଦ୍ଦେଶକ ପ୍ରିତମ ଏସ.ପୂରକୟାସ୍ଥା, ଇଞ୍ଜିନିୟର ଆର.ଏନ୍‌.ପୃଷ୍ଟି ଏବଂ ଡ. ଏନ.ଆର.ସାହୁ ପ୍ରମୁଖ ଯୋଗଦେଇ ସମ୍ମିଳନୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଚଳିତ ବର୍ଷର ଥିମ୍‌ ‘ସବୁଜ ସ୍ଥିରତା ପାଇଁ, ଧାତୁ ପରିସଂସ୍ଥା ସନ୍ତୁଳନ ବା ମେଟାଲ୍‌ ଇକୋ ସିଷ୍ଟମ୍‌ ବାଲାନ୍ସିଂ, ଟୁଆର୍ଡସ ଗ୍ରୀନ୍‌ ସଷ୍ଟେନେବିଲିଟି’ ରହିଛି। ସେହିଭଳି ଏକ ଧାତୁ ପରିସଂସ୍ଥା ସନ୍ତୁଳନ କ୍ଷେତ୍ରର ପ୍ରମୁଖ ଭବିଷ୍ୟତ ଉପରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଶିଳ୍ପ ହିତାଧିକାରୀ, ବିଶେଷଜ୍ଞ, ଶିକ୍ଷାବିତ୍‌, ଅନୁଷ୍ଠାନ ଏବଂ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଏହା ଏକ ବୃହତ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ବିଶେଷକରି ବିଶ୍ୱରେ ଭାରତ ଦ୍ୱିତୀୟ ବୃହତ୍ତମ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦକ ଭାବେ ଉଭାହୋଇଛି। ଏପରିକି ଔଦ୍ୟୋଗିକ କାର୍ଯ୍ୟକଳାପ ଓ ପରିବେଶ ଉପରେ ତା’ର ପ୍ରଭାବକୁ ସମାଧାନ କରିବା ପାଇଁ ଏଭଳି ସମ୍ମିଳନୀର ଆବଶ୍ୟକତା ରହିଛି।

ଏହି ଦୁଇ ଦିନିଆ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ, ମନିଟରିଂ ଏବଂ ସର୍କୁଲାର୍‌ ଇକୋନୋମି ଆଦିରେ ସାମ୍ପ୍ରତିକ ଟେକ୍ନୋଲୋଜି ଧାରାକୁ ଆଲୋକିତ କରିବା ସହ ଏହିପରି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି, ବିକଳ୍ପ ଶକ୍ତି, ସ୍ଥାୟୀ ଖଣି, ନୂତନ ନିରାପତ୍ତା ସର୍କୁଲାର, ଅର୍ଥନୀତି ପରିଚାଳନା ଓ ସବୁଜ ପରିବେଶ ପାଇଁ ବିନା ଖର୍ଚ୍ଚରେ କ୍ଷମତା ସୃଷ୍ଟି କରିବା ସହ ଏହାକୁ ହାସଲ କରିବା ପାଇଁ ଏକ ସୁଗମ ପରିବର୍ତ୍ତନକୁ ରାସ୍ତା ଦେଖାଇବା ସହିତ ଶିଳ୍ପ ଏବଂ ଖଣି ସଂସ୍ଥାଗୁଡ଼ିକ ପାଇଁ ସର୍ବଶେଷ ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣରୁ ନୂତନ ପ୍ରଦୂଷଣ ନିବାରଣ ପ୍ରଯୁକ୍ତିବିଦ୍ୟା,ପରିବେଶ ମନିଟରିଂ ଏବଂ ତଥ୍ୟ ହାସଲ ଓ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା ପାଇଁ ଏହି ସମ୍ମିଳନୀ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ବିଶେଷକରି ଖଣି ଏବଂ ଶିଳ୍ପ କ୍ଷେତ୍ରର ଅଗ୍ରଗତି ପାଇଁ ଏଭଳି ଏକ ସମ୍ମିଳନୀ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ସହ ଧାତୁ ଉତ୍ପାଦନ କ୍ଷେତ୍ରର ସାମଗ୍ରିକ ପ୍ରଗତିରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri