ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ଆଜି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ଏହି ମାର୍‌ପିଟ୍‌ ହୋଇଥିବା ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇବା ଅଭିଯୋଗରେ ଏହି ଗଣ୍ଡଗୋଳ ହୋଇଛି। ଓବିସି ସେଲ୍‌ ବୈଠକ ବେଳେ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ସୁରେଶ ରାଉତରାୟ ଦୁଇ ଗୋଷ୍ଠୀଙ୍କୁ ବୁଝାଶୁଝା କରିଥିଲେ। ତଦନ୍ତ ପରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Share