Categories: ଖେଳ

କୋହଲିଙ୍କୁ ନେଇ ପାରସ୍ପରିକ ଝଗଡା କଲେ ଭାରତ-ପାକିସ୍ତାନର ଦୁଇ ଖେଳାଳି

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୪ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଏହି ହାଇ ପ୍ରୋଫାଇଲ ମ୍ୟାଚ ପୂର୍ବରୁ ଭାରତ ଏବଂ ପାକିସ୍ତାନର କ୍ରିକେଟରମାନେ ପରସ୍ପର ସହ ଆରୋପ-ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳିଛି। ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ କହିଥିଲେ ଯେ, ପାକିସ୍ତାନ ଭଳି ଭାରତରେ ସର୍ବଶ୍ରେଷ୍ଠ ଖେଳାଳି ନାହାଁନ୍ତି ଏବଂ ସେଥିପାଇଁ ସେମାନେ ଆମ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଅବଦୁଲ ରଜାକଙ୍କ ଏହି ମନ୍ତବ୍ୟରେ ଭାରତର ପୂର୍ବତନ ଦ୍ରୁତ ବୋଲର ମୁନାଫ ପଟେଲ ଏକ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ବିରାଟ କୋହଲି ଯେତେ ଶତକ ମାରିଛନ୍ତି, ସମଗ୍ର ପାକିସ୍ତାନ ଟିମ୍‌ ସେତିକି ଶତକ ମାରିନାହାନ୍ତି।ମୁନାଫ ପଟେଲ ଇନଷ୍ଟାଗ୍ରାମରେ ଅବଦୁଲ ରଜାକଙ୍କ ଏହି ବିବୃତ୍ତିର ଏକ ସ୍କ୍ରିନ୍‌ଶଟ୍‌ ପୋଷ୍ଟ କରି ତାଙ୍କୁ ଜବାବ ଦେଇଛନ୍ତି। ମୁନାଫ ପଟେଲ କ୍ୟାପସନରେ ଲେଖିଛନ୍ତି, ‘ଏବେ ବିରାଟ କୋହଲିଙ୍କ ଶତକ ସଂଖ୍ୟା ଯେତେ, ତାହା ସମଗ୍ର ପାକିସ୍ତାନ ଦଳର କରିନାହିଁ। ସେମାନଙ୍କର ମନ କେମିତି ଚାଲେ?
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୭୦ ଶତକ ଥିବାବେଳେ ଏବେ ପାକିସ୍ତାନ ଦଳର ମୋଟ ଶତକ ସଂଖ୍ୟା ତା’ଠାରୁ କମ୍‌। ଏହି ତଥ୍ୟ ଆଧାରରେ ମୁନାଫ ପଟେଲ ଅବଦୁଲ ରଜାକ ଏବଂ ପାକିସ୍ତାନ ଦଳକୁ ଟ୍ରୋଲ କରିଛନ୍ତି।
୨୪ ଅକ୍ଟୋବରରେ ଟି -୨୦ ବିଶ୍ୱକପ ୨୦୨୧ ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଶେଷ ଥର ପାଇଁ ଟିମ ଇଣ୍ଡିଆ ୨୦୧୬ ବିଶ୍ୱକପ ମ୍ୟାଚରେ ୬ ୱିକେଟ ନେଇ ପାକିସ୍ତାନକୁ ପରାସ୍ତ କରିଥିଲା। ଟି -୨୦ ବିଶ୍ୱକପ ଟୁର୍ନାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ରେକର୍ଡ ୫-୦ ରହିଛି।

Share