ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଫିଲ୍ମକୁ କରିଥିଲେ ପ୍ରତ୍ୟାଖ୍ୟାନ: କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ ଅଛି ଯାହାକୁ ଦର୍ଶକ ହୃଦୟରୁ ଗ୍ରହଣ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଫିଲ୍ମଗୁଡ଼ିକର ରିଲିଜ୍‌କୁ ବହୁ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଦର୍ଶକ ଆଜି ବି ତାହାକୁ ଦେଖିବାକୁ ଚାହାନ୍ତି। ଏସବୁ ଫିଲ୍ମ ମଧ୍ୟରୁ ଅନ୍ୟତମ ହେଉଛି ‘ହମ୍‌ ସାଥ୍‌ ସାଥ୍‌ ହେଁ’। ସରୋଜ ବଡଜାତ୍ୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ ହେବା ଇତି ମଧ୍ୟରେ ୨୧ ବର୍ଷ ବିତିଯାଇଛି। ୨୧ ବର୍ଷ ପୂର୍ବେ ଏହି ଫିଲ୍ମଟି ୫ ନଭେମ୍ବରେ ମୁକ୍ତିଲାଭ କରିଥିଲା। ଏଥିରେ ସଲମାନ ଖାଁ, ସୋନାଲି ବେନ୍ଦ୍ରେ, ସୈଫ୍‌ ଅଲ୍ଲୀ ଖାଁ, କରିସ୍ମା କପୁର, ତବ୍‌ବୁ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ।

ମାତ୍ର ଏହି ଫିଲ୍ମପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ମାଧୁରୀ ଦୀକ୍ଷିତ ଏବଂ ରବୀନା ଟଣ୍ଡନ । ମାତ୍ର ସେମାନେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ। କୁହାଯାଏ ଯେ, ବଡ଼ ଭାଉଜଙ୍କ ଭୂମିକା ପାଇଁ ମାଧୁରୀଙ୍କୁ କୁହାଯାଇଥିଲା, ତେଣୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ସଲମାନ ଏବଂ ସୈଫ୍‌ଙ୍କ ଭାଉଜ ହେବାକୁ  ଚାହିଁ ନ ଥିଲେ। ବାସ୍ତବରେ, ଏହି ଫିଲ୍ମ ପୂର୍ବରୁ ସେ ଏହି ଅଭିନେତାଙ୍କ ସହିତ ରୋମାଣ୍ଟିକ ଫିଲ୍ମ ମଧ୍ୟ କରିଥିଲେ।

ଅନ୍ୟପକ୍ଷରେ, ରବୀନାଙ୍କୁ ସଲ୍‌ମାନ୍‌ଙ୍କ ବିପକ୍ଷରେ ଅଭିନୟ କରିବାକୁ କୁହାଯାଇଥିଲା। ମାତ୍ର ସେ ଏହାକୁ ଗ୍ରହଣ ନ କରିବାରୁ ସୋନାଲିଙ୍କୁ ଅଫର ମିଳିଥିଲା। ଏହି ମଲ୍ଟି ଷ୍ଟାରର ଫିଲ୍ମ ରବିନାଙ୍କ କ୍ୟାରିୟର ପାଇଁ ଭଲ ନୁହେଁ ଭାବି ସେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ସୋନାଲି ଓ ସଲ୍‌ମାନ୍‌ଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।

Share