ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ ପାରିତ

ଓ୍ବାଶିଂଟନ,୩୦ା୬: ଆମେରିକା ସଂସଦରେ ଭାରତରେ କୋଭିଡ-୧୯ର ଭୟଙ୍କର ପ୍ରଭାବକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତାବ ପାରିତ ହୋଇ ଭାରତକୁ ତୁରନ୍ତ ସହାୟତା କରିବାକୁ ବାଇଡେନ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। କରୋନା ମହାମାରୀର ଦ୍ୱିତୀୟ ଲହରରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଭାରତ ପାଇଁ ଏକତାର ପ୍ରଦର୍ଶନ ଭାବରେ ଆମେରିକା ଏହି ପଦକ୍ଷେପ ନେଇଛି। ବୁଧବାର ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଂଗ୍ରେସ କମିଟି ସର୍ବସମ୍ମତି କ୍ରମେ ଭାରତର ସହାୟତା ପାଇଁ ଏକ ପ୍ରସ୍ତାବ ପାରିତ କରିଛି ଏବଂ ବାଇଡେନ ପ୍ରଶାସନକୁ ଭାରତକୁ ପୂର୍ବ ଭଳି ସମାନ ଚିକିତ୍ସା ସାମଗ୍ରୀ ଯୋଗାଇବାକୁ ଅନୁରୋଧ କରିଛି।

ବ୍ରାଡ ଶର୍ମାନ ଏବଂ ଷ୍ଟିଭ୍‌ ଚାବୋଟଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ପ୍ରସ୍ତାବରେ ୨୪ ଜଣ ସହ ପ୍ରଯୋଜକ ରହିଥିଲେ। ଏହି ପ୍ରସ୍ତାବରେ ମହାମାରୀ ଆରମ୍ଭରେ ଆମେରିକାକୁ ଭାରତର ସହାୟତା ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, କରୋନା ଟିକା ଉତ୍ପାଦନରେ ଭାରତର ବିଶ୍ୱସ୍ତରୀୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏପର୍ଯ୍ୟନ୍ତ କୋଭିଡ୍‌ -୧୯ ଟିକା ସମ୍ବନ୍ଧରେ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିଛି।

Share