ନିର୍ଦ୍ୱନ୍ଦ୍ୱରେ ଜିତିଲେ ୩୬ ହଜାର ୫୨୩ ୱାର୍ଡ ମେମ୍ବର ପ୍ରାର୍ଥୀ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି ପ୍ରାର୍ଥୀ । ଆଉ ରାଜ୍ୟର କିଛି ସ୍ଥାନରେ କେତେକ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ବରଗଡ଼ ଜିଲା ଆମ୍ବଦୋଳା ବ୍ଲକ୍‌ ଜୋନ-୨ ଜିଲା ପରିଷଦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ଜୋନ-୨ରୁ ଜିଲା ପରିଷଦ ଭାବେ ନିର୍ବାଚନ ଜିତିଛନ୍ତି । ରାଜ୍ୟରେ ଜିଲା ପରିଷଦ ପ୍ରାର୍ଥୀ ଭାବେ ୮୫୩ ଜଣ ନାମାଙ୍କନ କରିଥିବା ବେଳେ ଜଣେ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି । ସେହିଭଳି ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୯୧ ହଜାର ୮୯୦ ଜଣ ନାମାଙ୍କନ କରିଥିବା ବେଳେ ୩୬ ହଜାର ୫୨୩ ଜଣ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି । ୬ ହଜାର ୭୯୩ ସରପଞ୍ଚ ପ୍ରାର୍ଥୀ ମଧ୍ୟରୁ ୧୨୬ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୬ ହଜାର ୭୯୩ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କ ମଧ୍ୟରୁ ୩୨୬ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି।

 

 

Share