Categories: ବାଣିଜ୍ୟ

୧୦.୩% ଛୁଇଁଲା ବେରୋଜଗାରୀ ହାର

ନୂଆଦିଲ୍ଲୀ,୧୨।୯: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ବେରୋଜଗାରୀ ଡାଟା ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଦେଶର ସହରାଞ୍ଚଳରେ ଗତ ଗୋଟିଏ ବର୍ଷ ମଧ୍ୟରେ ବେରୋଜଗାରୀ ହାର ୨.୪% ବଢିଛି। ଅକ୍ଟୋବରରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହା ୧୦.୩% ରହିଛି। ୨୦୧୯ର ଏହି ଅବଧିରେ ବେରୋଜଗାରୀ ହାର ୭.୮% ସ୍ତରରେ ରହିଥିଲା। ଜୁଲାଇଠାରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଉକ୍ତ ହାର ୧୩.୩% ସ୍ତରରେ ରହିଥିଲା। କରୋନା କଟକଣା ଉଠିବାରୁ ନିଯୁକ୍ତି ସ୍ଥିତିରେ ଉନ୍ନତି ଆସୁଥିବା ଜଣାପଡିଛି। ୨୦୨୦ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ସହରାଞ୍ଚଳର ଶ୍ରମଶକ୍ତି ଯୋଗଦାନ ୩୭.୩% ସ୍ତରରେ ରହିଥିଲା। ଏହାର ପୂର୍ବବର୍ଷ ସମାନ ସମୟ ଅବଧିରେ ଏହା ଉନ୍ନତ ଥିଲା। ୪୩,୬୯୩ ପରିବାରକୁ ନେଇ ଏନ୍‌ଏସ୍‌ଓ ସର୍ଭେ କରିଥିବା ବେଳେ ଏଥିରେ ୧.୭୧ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା।

Share