ପାଠପଢ଼ିବା ସହ ଉଦ୍ୟୋଗୀ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦେଲେ ଆହ୍ୱାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରାଉରକେଲା,୩୦।୧୧: ଛାତ୍ରଛାତ୍ରୀମାନେ ପାଠପଢ଼ିବା ସହ ଉଦ୍ୟୋଗୀ ହେବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । ରାଉରକେଲାର ଏନ୍‌‌ଆଇଟି ପରିସରରେ ୬ଟି ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ୫୦୦ ସିଟ୍‌‌ ବିଶିଷ୍ଟ ବାଳିକା ହଷ୍ଟେଲ୍‌‌ ନିର୍ମାଣ ପାଇଁ ୪୨ କୋଟି ୬୯ ଲକ୍ଷ ଟଙ୍କା ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ମଞ୍ଜୁର କରାଯାଇଛି ।

ଏହି ଅବସରରେ ରାଉରକେଲା ଏନ୍‌‌ଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ବୈଷୟିକ ଶିକ୍ଷା ଏବଂ ଗଣିତରେ ମହିଳାମାନଙ୍କର ଅଂଶ ଗ୍ରହଣକୁ ସଶକ୍ତ କରିବା ପାଇଁ ଏହି ଅନୁଷ୍ଠାନ ସଂକଳ୍ପବଦ୍ଧ । ସେ କହିଛନ୍ତି ଯେ ଏନଆଇଟି ରାଉରକେଲାର ପ୍ରତ୍ୟେକ ବିଭାଗରେ ବାଳିକାମାନଙ୍କ ପାଇଁ ସର୍ବନିମ୍ନ ୨୦ ପ୍ରତିଶତ ସିଟ୍‌‌ ସଂରକ୍ଷିତ ରଖାଯାଇଛି ।

Share