ମିଳନ ସରିଲା, ଏବେ ଭାସୁଛନ୍ତି ଅଲିଭ ରିଡ୍‌ଲେ

ବ୍ରହ୍ମପୁର,୧ା୨(ଅଶୋକ କୁମାର ସାହୁ):ଗତ ୩ ମାସ ହେଲା ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେଙ୍କ ସମୁଦ୍ରରେ ମିଳନ ପ୍ରକ୍ରିୟା ଚାଲିଥିଲା। ମିଳନ ପ୍ରକ୍ରିୟା ସରିଥିବା ଶୁକ୍ରବାର ସ୍ପଷ୍ଟ ହୋଇଛି। କାରଣ ମାଈ କଇଁଛମାନେ ଭାସମାନ ଅବସ୍ଥାକୁ ଆସିଯାଇଥିବା ଋଷିକୁଲ୍ୟା କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବିନ୍ଦ୍ର ନାଥ ସାହୁ କହିଛନ୍ତି। ତାଙ୍କ କହିବା କଥା ହେଲା ଋଷିକୁଲ୍ୟା ମୁହାଣ ଅଲିଭ ରିଡ୍‌ଲେମାନେ ଅଣ୍ଡା ଦେବା ପାଇଁ ପ୍ରକୃଷ୍ଠ ସ୍ଥଳ। ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମିରେ ସେମାନେ ଦଳ ଦଳ ହୋଇ ଗଣ ଅଣ୍ଡାଦାନ କରିବାକୁ ଏହି ସମୟରେ ଆସନ୍ତି। ଏଥିପାଇଁ ବନ ବିଭାଗ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷିତ ବ୍ୟବସ୍ଥା କରାଯାଇଛି। ବେଳାଭୂମିରେ ସାମୁଦ୍ରିକ ବାଡ ଦିଆଯାଇଛି। କୌଣସି ପ୍ରକାର ଜନ୍ତୁ ନ ଆସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥି ସହିତ ବେଳାଭୂମିକୁ ସ୍ବଚ୍ଛ ରଖାଯାଇଛି। ବେଳାଭୂମିର ପ୍ରୟାଗୀଠାରୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ଅଞ୍ଚଳରେ ସମୁଦ୍ର ଭିତରକୁ ୧୦ କିମି ପର୍ଯ୍ୟନ୍ତ ମାଛ ମାରିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। କଇଁଛମାନେ ପ୍ରାୟ ୧୦ କିମି ଅଞ୍ଚଳରେ ମିଳନରେ ମାତିଥିଲେ। ମିଳନ ସରିବା ପରେ ବର୍ତ୍ତମାନ ମାଈ କଇଁଚମାନଙ୍କଠାରୁ ଅଣ୍ଡିରା କଇଁଛ ଅଲଗା ହୋଇଯାଇଛନ୍ତି। ମକର ସଂକ୍ରାନ୍ତି ପରେ ସୂର୍ଯ୍ୟ ଉତ୍ତରାୟଣ ହେବେ। ଫଳରେ ଦକ୍ଷିଣା ବାୟୁ ପ୍ରବାହିତ ହେବା ପରେ ଗରମ ଅନୁଭୂତ ହେବ। ତେଣୁ ମାଈ କଇଁଚମାନେ ଉତ୍ତାପ ନେବା ପାଇଁ ସମୁଦ୍ର ଉପରକୁ ଆସିଯାଇଛନ୍ତି। ସୂର୍ଯ୍ୟଙ୍କଠାରୁ ଉତ୍ତାପ ନେବା ପରେ ସେମାନେ ଅଣ୍ଡା ଦେବାରେ ସହଜ ହେବ, ଯାହାକି ପ୍ରକୃତିର ନିୟମ ବୋଲି ସେ କହିଛନ୍ତି। ଶନିବାର ସମୁଦ୍ର ବେଳାଭୂମି ସଫେଇ ହେବା ଯୋଜନା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଥା ଦେଇ କଥା ରଖିଲେ ଏମ୍‌ପି ସୁଜିତ କୁମାର; ଲାଞ୍ଜିଗଡ଼-କେସିଙ୍ଗା ପାଇଁ ୨ ଆମ୍ବୁଲାନ୍ସ ଲୋକାର୍ପିତ

ଭବାନୀପାଟଣା।ଲାଞ୍ଜିଗଡ, ୪।୩( ଉତ୍ତମ କୁମାର ଦାସ / ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟସଭା...

ବାଲ୍ୟ ବିବାହ ରୋକିଲା ବରଗଡ଼ ପ୍ରଶାସନ

ବରଗଡ଼,୪।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସିଲେଟ୍‌ ଗ୍ରାମରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ମଙ୍ଗଳବାର ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି।...

କଳାହାଣ୍ଡିରେ ନୂତନ ଏସପିଙ୍କ ଦାୟିତ୍ୱ ଗ୍ରହଣ: ମାଓ ଦମନ,ଅପରାଧ ନିୟନ୍ତ୍ରଣକୁ ଦିଆଯିବ ପ୍ରାଥମିକତା

ଭବାନୀପାଟଣା ,୪।୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଏସ୍‌ପିି ଭାବେ ନାଗରାଜ ଦେବର କୋଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଏସ୍‌ପିି...

୩୯୦ କେଜି ଗଞ୍ଜେଇ ଭର୍ତ୍ତି ଜିପ ଜବତ, ମାଫିଆ ଗାଡି ଛାଡି ଫେରାର

ଦାରିଙ୍ଗବାଡି, ୪ ।୩ (ଅରୁଣ ସାହୁ): ବ୍ରାହ୍ମଣୀଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଥାନା ଅଞ୍ଚଳରୁ ବାହାରକୁ ଚୋରା ଚାଲାଣ ପୂର୍ବରୁ ମାଡ଼ିବସିଲା ପୋଲିସ ଏଭଳି...

ଗାଁ ରାସ୍ତାରେ ବିଦେଶୀମଦ ବ୍ୟାଗ ଧରି ହୋଇଥିଲେ ଠିଆ : ବନ୍ଧା ହୋଇଗଲେ ଜେଲ୍‌

ଦିଗପହଣ୍ଡି,୪।୩(ଅଶେଷ ନାଥମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ ପିଲିକାଢିଅ ଗ୍ରାମର ବାରିକ ମଲ୍ଲିକଙ୍କୁ ମଙ୍ଗଳବାର ଦିଗପହଣ୍ଡି ଅବକାରୀ ଏସ୍‌ଆଇ ଅନିତା ପ୍ରଧାନ...

ବେନିୟମ ଗାଡ଼ି ଉପରେ ନଜର, ଭଞ୍ଜନଗର ଆରଟିଓ-ପୋଲିସ ପକ୍ଷରୁ ଚଢାଉ ଜୋରଦାର

ଭଞ୍ଜନଗର,୪।୩(ବାବୁଲା ପ୍ରଧାନ): ଭଞ୍ଜନଗର ଥାନା ଅଞ୍ଚଳରେ ଅନେକ ଗାଡ଼ି ବେନିୟମ ଭାବେ ଚାଲୁଛି। ସେଥିମଧ୍ୟରୁ କିଛି ଗାଡ଼ିର କାଗଜପତ୍ର ନାହିଁ। ଆଉ କିଛି ଗାଡ଼ି ଚାଳକ...

କାଉଗୁଡାଗ୍ରାମର ୩୦ ଚାଷୀଙ୍କ ସ୍ବପ୍ନ ସାକାର : ଜମିରେ ପାଚିଲା ଷ୍ଟ୍ରବରୀ ଦେଖି ଚାଷୀ ଆନନ୍ଦରେ ବିଭୋର

କୋରାପୁଟ,୪।୩(ଅମିତାଭ ବେହେରା ): ଗତ ୩ମାସ ଧରି ଜମିରେ କଠିନ ପରିଶ୍ରମ କରି ଷ୍ଟ୍ରବେରୀ ଫଳାଇଛନ୍ତି କୋରାପୁଟ ଜିଲାର କାଉଗୁଡା ଗ୍ରାମର ୩୦ ଜଣ ଚାଷୀ।...

ଚିକିଲି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଇଓଙ୍କୁ ସୱାଗତ ସମ୍ବର୍ଦ୍ଧନା

କୋକସରା,୪/୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି କାର୍ଯ୍ୟରେ ଯୋଗଦାନ କରିଥିବାବେଳେ ମଙ୍ଗଳବାର ଚିକିଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image