ଦଳୀୟ ପାର୍ଥିନୀଙ୍କ ସହ ପ୍ରଚାରରେ ବାହାରିଲେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୪।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୩ ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଝାରସୁଗୁଡାରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସହ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି।
ସେହିପରି ରାମ୍ପେଲା, ବାଗମୁଣ୍ଡା, ପଞ୍ଚ ଗାଁ, କନକ ତୋରା, ବେଲପାହାଡ଼, ବ୍ରଜରାଜନଗର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଛି। କନକ ତୋରାରେ ଆୟୋଜିତ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ ଉଦ୍‌ବୋଧନ ଦେବା ସହ ରୋଡ ଶୋ’ ଓ ଶୋଭାଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Share