Categories: ଜାତୀୟ

ନାଚିଲେ କେନ୍ଦ୍ରମନ୍ତ୍ରୀ, କମେଣ୍ଟ କଲେ ମୋଦି

ଦିଲ୍ଲୀ,୧।୧୦: ଅରୁଣାଚଳ ପ୍ରଦେଶ କାଜଲଙ୍ଗା ଗାଁର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରକଳ୍ପ ସମୀକ୍ଷା ପାଇଁ ଯାଇଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ। ପାରମ୍ପରିକ ରୀତିନୀତିରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ସେଠାରେ ବାସ କରୁଥିବା ସାଜୋଲାଙ୍ଗ ଲୋକମାନଙ୍କ ସହ ତାଳ ମିଳାଇ ସେ ଖୁସିରେ ନାଚିବାକୁ ଆରମ୍ଭ କରିଥିଲେ।
ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସ୍ବାଗତ ସମୟରେ ସେ ନିଜକୁ ସମ୍ଭାଳି ନପାରି ଗାଁ ଲୋକଙ୍କ ହାତକୁ ହାତ ମିଶାଇ ନାଚୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଜିଜୁଙ୍କ ନାଚକୁ ପସନ୍ଦ କରିବା ସହ ସେ ଜଣେ ଭଲ ଡ୍ୟାନ୍ସର ବୋଲି କମେଣ୍ଟ କରିଛନ୍ତି। ରିଜିଜୁ ନିଜେ ଟୁଇଟ୍‌ ମାଧ୍ୟମରେ ଏହି ଭିଡିଓ ଶେୟାର କରିଛନ୍ତି।

 

Share