Categories: ଜାତୀୟ

୫ ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧: ୫ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ସମୀକ୍ଷା ବୈଠକ ବସିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୫ ରାଜ୍ୟ କରୋନା ସ୍ଥିତି ଉପରେ ଆଲୋଚନା ହେବ । ତେବେ ଅପରାହ୍ନ ୩ଟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ।

ଗତ କିଛି ମାସ ହେଲା ଓଡିଶା, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ରେ କରୋନା ସଂକ୍ରମଣ ବଢିଚାଲିଛି । ଯାହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ନିୟମିତ ଭାବେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ତେବେ ଦେଶରେ ଏବେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗୁଛି। ସଂକ୍ରମଣ ବଢିଥିବା ଏହି ସବୁ ରାଜ୍ୟ ଗୁଡିକରେ କୋଭିଡ଼ ସ୍ଥିତି ନେଇ ସମୀକ୍ଷା ହେବ।

 

Share