ବିପଦସଂକୁଳ ଶିଳଦା ପୋଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ମୋରଡ଼ା,୨୧ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଚିତ୍ରଡ଼ା-ମୋରଡ଼ାକୁ ସଂଯୋଗ କରୁଥିବା ଜମ୍ଭୀରା ନଦୀର ଶିଳଦା ପୋଲ ଏବେ ବିପଦସଂକୁଳ ଅବସ୍ଥାରେ ପଡ଼ି ରହିଥିବା ବେଳେ ଯାତାୟାତ ବ୍ୟବସ୍ଥା ଠପ୍‌ ହୋଇପଡ଼ିଛି। ଉକ୍ତ ବିପଦସଂକୁଳ ପୋଲ ଦବି ଯାଇଥିବାରୁ ଉକ୍ତ ପୋଲ ଉପରେ ଭାରୀଯାନ ଚଳାଚଳ ବନ୍ଦ ବାଇ ରାସ୍ତାର ଉଭୟ ପାର୍ଶ୍ୱରେ ଲୁହା ବ୍ୟାରିକେଡ୍‌ ତିଆରି ହୋଇଥିବା ବେଳେ କିନ୍ତୁ ବ୍ୟାରିକେଡ୍‌ କଡ଼ରୁ ଭାରି ଯାନ ଚଳାଚଳ କରୁଥିବାରୁ ପୋଲ ଆହୁରି ଅଧିକ ବିପଦସଂକୁଳ ହୋଇପଡ଼ିଛି। ତେବେ ବୁଧବାର କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ବିଭାଗୀୟ ଅଧିକାରୀଙ୍କ ସହିତ ଶିଳଦା ପୋଲର ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ଉକ୍ତ ପୋଲ ଉପରେ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇବା ସହିତ ୭ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବା ଏବଂ ଆଗାମୀ ୬ ମାସ ମଧ୍ୟରେ ପୋଲ କାର୍ଯ୍ୟ ଆରମ୍ଭ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ମନ୍ତ୍ରୀ ଗ୍ରହଣ କରିବେ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୫ ବର୍ଷରେ ୮,୪୦୩ ଶିଶୁ ନିଖୋଜ

ଭୁବନେଶ୍ୱର,୧୫ା୪(ସତ୍ୟଜିତ୍‌ ରାଉତ):ରାଜ୍ୟରେ ଗତ ୫ ବର୍ଷରେ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ଅଛନ୍ତି। ବିଧାନସଭାରେ ଗତ ଫେବୃଆରୀ ୧୭ରେ ବାଲିଗୁଡ଼ା ବିଧାୟକ ଚକ୍ରମଣି...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ: ବାପ-ପୁଅ ଗୁରୁତର

ହିଞ୍ଜିଳିକାଟୁ, ୧୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି...

ଏବର୍ଷ ଛେଚିବ ବର୍ଷା, ସ୍ବାଭାବିକଠାରୁ ହେବ ଅଧିକ ବୁଷ୍ଟିପାତ

ନୂଆଦିଲ୍ଲୀ,୧୬।୪(ପି.ଟି.):ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ...

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image