ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲିଲେ କେନ୍ଦ୍ରମନ୍ତ୍ରୀ

କଟକ ଅଫିସ, ୮ା୬: କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ମଙ୍ଗଳବାର କଟକ ଓଡ଼ିଆବଜାରସ୍ଥିତ ନେତାଜୀ ସୁଭାଷ ବୋଷ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସେଠାରେ ସେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଓ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ କରିବା ସହ ସଂଗ୍ରହାଳୟ ବୁଲି ଦେଖାଇଥିଲେ। ଏହି ଅବସରରେ ସେ କହିଛନ୍ତି, ପ୍ରଥମଥର ପାଇଁ କଟକ ଆସି ସଂଗ୍ରହାଳୟରେ ନେତାଜୀଙ୍କ ବ୍ୟବହୃତ ଚିଠି, ଆସବାବପତ୍ର, ଫଟୋଚିତ୍ର, ଷଠିଘର ଓ ବାସଗୃହ ଦେଖି ଅତ୍ୟନ୍ତ ଖୁସି ଲାଗୁଛି। ଏହାକୁ ଭାଷାରେ ପ୍ରକାଶ କରିପାରୁନାହିଁ। ଏହି ପରିଦର୍ଶନରେ ତାଙ୍କ ସହିତ ରାଜ୍ୟର ବରିଷ୍ଠ ନେତା ଠାକୁର ରଣଜିତ୍‌ ଦାସ, ପାରାଦୀପ ପୋର୍ଟ ଟ୍ରଷ୍ଟର ଚେୟାରମ୍ୟାନ୍‌ ଓ ଅଧିକାରୀମାନେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରେଖା ଦାସ, ବୈଦେଶ୍ୱର ପଣ୍ଡା, ଗୋପାଳ ବେହେରା, ଅମିତ ମିତ୍ର, ଶନମିତା ମିଶ୍ର, ମହେନ୍ଦ୍ର ମହାନ୍ତି, ପ୍ରବୀଣା ମହାପାତ୍ର, ହେମନ୍ତ ବେହେରା, ଜୟକୃଷ୍ଣ ସ୍ବାଇଁ, ମହମ୍ମଦ ସବିର, ସୁଶାନ୍ତ ମହାନ୍ତି, ସୁବାସ ମହାନ୍ତି ଓ ଶରତ ଭୋଳ ପ୍ରମୁଖ ଉପସ୍ଥିତଥିଲେ।