ୟୁକ୍ରେନକୁ ୬୦ କୋଟି ଡଲାର ସାମରିକ ସହାୟତା ଦେବାକୁ ଘୋଷଣା କଲା ଆମେରିକା

ନ୍ୟୁୟର୍କ,୧୬।୯: ରୁଷିଆ ସହିତ ଯୁଦ୍ଧ କରୁଥିବା ୟୁକ୍ରେନକୁ ଆମେରିକା ଅତିରିକ୍ତ ୬୦୦ ମିଲିୟନ ଡଲାର ସାମରିକ ସହାୟତା ଘୋଷଣା କରିଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଏହି ଘୋଷଣା କରିଛି।
ସେପ୍ଟେମ୍ବର ୨୦୨୧ ପରଠାରୁ ୟୁକ୍ରେନକୁ ଆମେରିକାର ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତିର ୨୧ତମ ସହାୟତା ପଠାଯିବ। ୬୦୦ ମିଲିୟନ ଡଲାରର ଏହି ସହାୟତାରେ ଅତିରିକ୍ତ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ ସାମିଲ ଅଛି। ଏହା ସହିତ ୟୁକ୍ରେନକୁ ଆମେରିକାର ସାମରିକ ସହାୟତା ପ୍ରାୟ ୧୫.୮ ବିଲିୟନ ଡଲାରକୁ ବୃଦ୍ଧି ପାଇବ। ରୁଷିଆର ଆକ୍ରମଣ ବିରୁଦ୍ଧରେ ୟୁକ୍ରେନ ସେନା ସଫଳ ପ୍ରତିପକ୍ଷ ଆକ୍ରମଣ କରୁଛି ବୋଲି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି।

Share