ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବିକାଶଶୀଳ ଓ ଧନୀ ରାଷ୍ଟ୍ର ଆମେରିକା ବର୍ତ୍ତମାନ ସମସ୍ୟା ଘେରରେ ରହିଛି। ଫଳରେ ବିଶ୍ୱର ବଡ଼ ଅର୍ଥବ୍ୟବସ୍ଥା କୁହାଯାଉଥିବା ଆମେରିକାର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଛି। ଏହି ଅର୍ଥବ୍ୟବସ୍ଥାର ଋଣ ଭାର ବର୍ତ୍ତମାନ ସମୟରେ ବ୍ୟାପକ ଭାବରେ ବୃଦ୍ଧି ପାଇଛି। ଯାହା ଫଳରେ ଆମେରିକା ଭାରତଠାରୁ ୨୧୬ ବିଲିୟନ୍ ଆମେରିକାନ ଡଲାର ଋଣ ନେଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହି ଋଣ ପରେ ଆମେରିକାର ମୋଟ ଋଣ ୨୯ ଟ୍ରିଲିୟନକୁ ବୃଦ୍ଧି ପାଇଥବବା ଜଣାପଡିଛି। ଏହାକୁ ନେଇ ଆମେରିକାର ଜଣେ ସାଂସଦ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବୈଦେଶିକ ଋଣକୁ ନେଇ ଦେଶବାସୀଙ୍କ ଚିନ୍ତା ବଢ଼ିଛି। ଏହି ଋଣର ଅଧିକାଂଶ ଅଂଶ ଚାଇନା ଏବଂ ଜାପାନ ଭଳି ରାଷ୍ଟ୍ର ନିକଟରୁ ଅଣାଯାଇଥିବା ସଂସାଦ ଜଣକ କହିଛନ୍ତି।
୨୦୨୦ରେ ୟୁଏସରେ ଜାତୀୟ ଋଣ ୨୩.୪ ଟ୍ରିଲିୟନ୍ ରହିଥିଲା, ଫଳରେ ଆମେରିକାରେ ଜଣଙ୍କ ମୁଣ୍ଡ ପିଛା ୭୨,୩୦୯ ଡଲାରର କରଜ ରହିଥିଲା। ଆମେରିକା କଂଗ୍ରେସ ଆଲେକ୍ସ ମୁନି ଏ ନେଇ ସୂଚନା ଦେଇଛନ୍ତି ଯେ, ଆମେ ଆଗକୁ ବଢ଼ିବାକୁ ଯାଉଛୁ କାରଣ ଆମର ଜାତୀୟ ଋଣ ୨୯ ଟ୍ରିଲିୟନ୍ ୟୁଏସ୍ ଡଲାରକୁ ବୃଦ୍ଧି ପାଇଛି। ଏହି ଋଣ ବୃଦ୍ଧି ଆମେରିକାବାସୀଙ୍କ ମୁଣ୍ଡ ଉପରେ ପୁଣି ବୋଝ ଲଦି ବର୍ତ୍ତମାନ ସମୟରେ ଦେଶର ଋଣ ବ୍ୟବସ୍ଥା ବହୁତ ଖରାପ ସ୍ଥିତି ଆଡ଼କୁ ଗତି କରୁଛି। ସେହିଭଳି ଚାଇନା ଏବଂ ଜାପାନା ଭଳି ରାଷ୍ଟ୍ରରୁ ଅତ୍ୟଧିକ ଋଣ କରାଯାଇଥିବା ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି। ଯେଉଁମାନେ କି ଆମେରିକାର ବନ୍ଧୁ ରାଷ୍ଟ୍ର ନୁହନ୍ତି ସେହି ସବୁ ଦେଶଠାରୁ ଋଣ କରାଯାଉଛି।