କିଭ୍,୨୪।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଗୋଟିଏ ବର୍ଷ ବିତିଗଲାଣି। ଗୋଟିଏ ପଟେ ଆମେରିକାର ନେତୃତ୍ୱରେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି। ଏଥି ସହିତ ରୁଷିଆ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ଏହି ସମୟରେ ଆମେରିକା ୟୁକ୍ରେନକୁ ଆଉ ୨ ବିଲିୟନ ଡଲାର ସୁରକ୍ଷା ସହାୟତା ପ୍ରଦାନ କରିଛି। ହ୍ବାଇଟ୍ ହାଉସ୍ ପକ୍ଷରୁ ଏହା ନିଶ୍ଚିତ କରାଯାଇଛି।
ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଗସ୍ତ କରିଥିଲେ। ବାଇଡେନ ହଠାତ୍ କିଭ୍ରେ ପହଞ୍ଚିବା ପରେ ରୁଷିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବାଇଡେନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ଆମେରିକା ୟୁକ୍ରେନକୁ ୫୦୦ ମିଲିୟନ ଡଲାରର ସାମରିକ ସହାୟତା ଦେବାକୁ ଘୋଷଣା କରିଥିଲା।