ଓ୍ବାଶିଂଟନ,୩ା୨: ରୁଷିଆ ସହିତ ୟୁକ୍ରେନ ସୀମାରେ ଯୁଦ୍ଧ ତିକ୍ତତା ବଢ଼ି ଚାଲିଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପୂର୍ବ ୟୁରୋପକୁ ୩୦୦୦ ଅତିରିକ୍ତ ସୈନ ପଠାଇବାକୁ ଆମେରିକା ବୁଧବାର ଘୋଷଣା କରିଛି।
ପେଣ୍ଟାଗନ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ଆମେରିକା ଦୁଇ ଦିନ ମଧ୍ୟରେ ସୈନ୍ୟ ମୁତୟନ କରିବ। ୟୁକ୍ରେନ ସୀମାବର୍ତ୍ତୀ ପୋଲାଣ୍ଡକୁ ପ୍ରାୟ ୧୭୦୦ ଆମେରିକୀୟ ସୈନ୍ୟ ପଠାଯିବ। ଆମେରିକା ଜର୍ମାନୀକୁ ୩୦୦ ସୈନିକ ଏବଂ ରୋମାନିଆକୁ ୧୦୦୦ ସୈନିକ ପଠାଇବ।