ଓ୍ବାଶିଂଟନ୍,୨୧।୩: ଆମେରିକା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ଦାବିକୁ ଖଣ୍ଡନ କରିଛି। ଆମେରିକା କହିଛି ଯେ, ଅରୁଣାଚଳ ପ୍ରଦେଶ ଚାଇନାର ନୁହେଁ। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଚାଇନାର ସୈନ୍ୟ ବାରମ୍ବାର ଅରୁଣାଚଳ ପ୍ରଦେଶକୁ ‘ଚାଇନା ଅଞ୍ଚଳର ଏକ ଅନ୍ତନିର୍ହିତ ଅଂଶ’ ବୋଲି କହୁଛନ୍ତି। କିନ୍ତୁ ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତୀୟ ଅଞ୍ଚଳ ଭାବରେ ସ୍ବୀକୃତି ଦେଇଛି। ଏହି ଅଧିକାରୀ କହିଛନ୍ତି ଯେ, ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲ୍ଏସି) ଉପରେ କୌଣସି ପ୍ରକାରର ଚାଇନା ଦାବିକୁ ଆମେରିକା ଦୃଢ ବିରୋଧ କରୁଛି।
ଅରୁଣାଚଳ ପ୍ରଦେଶ ମାମଲାରେ ଭାରତକୁ ସମର୍ଥନ କରୁଥିବାବେଳେ ଆମେରିକା ଚାଇନାକୁ ତାଗିଦ କରିଛି। ଆମେରିକା କହିଛି ଯେ, ଆମେ ଅରୁଣାଚଳ ପ୍ରଦେଶକୁ ଭାରତୀୟ ଅଞ୍ଚଳ ଭାବରେ ସ୍ବୀକୃତି ଦେଉଛୁ ଏବଂ ଏଲ୍ଏସି ମଧ୍ୟରେ ଚାଇନା ଦାବିକୁ ପ୍ରତ୍ୟାଖ୍ୟାନ କରିଛୁ। ବାଇଡେନ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚାଇନାର ଏକପାଖିଆ ଉଦ୍ୟମକୁ ଆମେ ଦୃଢ ବିରୋଧ କରୁଛୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଗସ୍ତ ପରେ ଚାଇନା ଅରୁଣାଚଳ ପ୍ରଦେଶକୁ ଏହାର ଅଂଶ ଭାବରେ ଘୋଷଣା କରିଛି। ଏହା ପରେ ଆମେରିକା ଚାଇନାକୁ ତାଗିଦ କରିଛି।