ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ। ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ସେ କହିଛନ୍ତି, ଭୀମ ଭୋଇଙ୍କ ସାହିତ୍ୟ, ଦର୍ଶନ ଉପରେ ଯେତିକି ଗବେଷଣା ହେବା କଥା ତାହା ହୋଇନାହିଁ। ଏଣିକି ସନ୍ଥକବିଙ୍କ ଜୀବନୀ ଉପରେ ଆହୁରି ଗବେଷଣା କରାଯିବ। ଆଗାମୀ ଦିନରେ ୟୁଜିସି ପାଠ୍ୟକ୍ରମରେ ସନ୍ଥ କବି ଭୀମ ଭୋଇଙ୍କୁ ଅଗ୍ରାଧିକାର ଦିଆଯିବ।

Share