ପୂର୍ବତନ ବିଶ୍ୱ ସ୍କେଟିଂ ଚାମ୍ପିୟନଙ୍କ ଅକାଳ ମୃତ୍ୟୁ

ସିଡ୍‌ନୀ, ୧୯ା୭ (ଏପି)- ପୂର୍ବତନ ବିଶ୍ୱ ଜୁନିୟର ପେୟାର ଫିଗର ସ୍କେଟିଂ ଚାମ୍ପିୟନ ଇକାଟରିନା ଆଲେଜାଣ୍ଡ୍ରୋଭସ୍କାୟାଙ୍କର ମସ୍କୋର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲିଆ ଅଲିମ୍ପିକ କମିଟି ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଦର୍ଶାଯାଇ ନାହିଁ। ୨୦ବର୍ଷୀୟା ଆଲେଜାଣ୍ଡ୍ରୋଭସ୍କାୟାଙ୍କ ଜନ୍ମ ରୁଷିଆରେ। କିନ୍ତୁ ସେ ୨୦୧୬ରେ ଅଷ୍ଟ୍ରେଲିଆ ନାଗରିକତ୍ୱ ଗ୍ରହଣ କରିଥିଲେ। ସେ ୨୦୧୮ରେ ତାଙ୍କ ପୋଷ୍ୟ ଦେଶ ତରଫରୁ ସ୍କେଟିଂ ପାର୍ଟନର ହାର୍ଲି ଓ୍ବିଣ୍ଡ୍‌ସରଙ୍କ ସହ ପ୍ୟଙ୍ଗ୍‌ଚାଙ୍ଗ୍‌ ଅଲିମ୍ପିକ୍ସରେ ଭାଗ ନେଇଥିଲେ। ଏହି ଯୋଡ଼ି ୨୦୧୭ରେ ବିଶ୍ୱ ଜୁନିୟର ଟାଇଟଲ ହାସଲ କରିଥିଲେ। ଏକାଧିକ ଇଞ୍ଜୁରୀ ଯୋଗୁ ଆଲେଜାଣ୍ଡ୍ରୋଭସ୍କାୟା ଗତ ଫେବୃୟାରୀରେ ଅବର ଘୋଷଣା କରିଥିଲେ। ଓ୍ବିଣ୍ଟର ଅଲିମଜତପିକ୍ସରେ ଅଂଶଗ୍ରହଣ କରିବାରେ ଓ୍ବିଣ୍ଡସର ହେଉଛନ୍ତି ଅଷ୍ଟ୍ରେଲିଆର ପ୍ରଥମ ସ୍ବଦେଶୀ ଆଥଲେଟ। ଆଲେଜାଣ୍ଡ୍ରୋଭସ୍କାୟାଙ୍କ ମୃଥ୍ୟୁ ଖବର ପାଇବା ପରେ ସେ ମର୍ମାହତ ହୋଇ ପଡ଼ିଛନ୍ତି।